November 21, 2024

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

1 min read

Screenshot

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ରବିବାର ସନ୍ଧ୍ୟାରେ ବାତ୍ୟା ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ବୈଠକ ପରେ ଏସଆର୍‌ସି ଦେଓ ରଞ୍ଜନ ସିଂହ କହିଥିଲେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ତେବେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଚନ୍ତି। ଲୋକେ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। ଅନ୍ୟପକ୍ଷେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢି଼ବା ଆଶଙ୍କା ଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ସରକାରୀ ସ୍ତରରେ ତତ୍ପରତା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତିଆରମ୍ଭ ହୋଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ସବୁ ସରକାରୀ ଅଧିକାରୀ କାର୍ଯ୍ୟାଳୟ ଛୁଟି ବାତିଲ ହୋଇଛି। ସବୁ ସ୍ଥାନରେ ସତର୍କ ରହିବାକୁ ବ୍ଲକ୍ ଅଧିକାରୀ ଙ୍କୁ ସୂଚନା ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳକୁ ଚେକ୍ କରାଯାଇଛି। ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳ ସମେତ ସମସ୍ତ ଅଧିକାରୀ ସବୁ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଜାରି ରହିଛି। ରାଜ୍ୟ ସରକାରଙ୍କୁ ୨ ୟୁନିଟ ଓଡ୍ରାଫ୍ ଓ ୨ ପ୍ଲାଟୁନ ଏନଡିଆରଏଫ୍ ଯୋଗାଇଦେବାକୁ କହିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ୨୩ରୁ ୨୬ ଚାରି ଦିନ ପାଇଁ ବର୍ଷା ଆଲର୍ଟ ଜାରି ହୋଇଥିବାରୁ ଏଭଳି ସହାୟତା ଲାଗି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାଯାଇଛି।

ଏହା ସହ ଖାଦ୍ୟ ର ଅଭାବୀ ନହେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିବା କୁ ନିର୍ଦ୍ଦେଶ ଦିଆଯାଇଛି।