April 19, 2025

ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ସମ୍ବୋଧନ କରିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।

ବଜେଟ୍ ଅଧିବେଶନ ପୂର୍ବରୁ ଗୁରୁବାର ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ଯୋଗ ଦେବେ। ବଜେଟ ଅଧିବେଶନର ବିଭିନ୍ନ ପ୍ରସଙ୍ଗ ବିଷୟରେ ଏଠାରେ ଆଲୋଚନା କରାଯିବ।

ଅଷ୍ଟାଦଶ ଲୋକସଭାର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହେବାକୁ ଯାଉଛି। ଏଥରର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ।

ତେବେ ଫେବ୍ରୁଆରି ୧୩ ତାରିଖ ଯାଏଁ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୧୦ ତାରିଖରୁ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

ଏହାପୂର୍ବରୁ ୨୦୨୪ ଜୁଲାଇ ୨୩ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ କେନ୍ଦ୍ର ସରକାର।