October 18, 2024

ଜୁଲାଇ ୨୨ରୁ ସଂସଦର ବଜେଟ୍ ଅଧିବେଶନ, ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

1 min read

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲ-ଜୁଲାଇ ୪ ମାସ ପାଇଁ ଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ୨୨ ଜୁଲାଇ, ୨୦୨୪ରୁ ବଜେଟ୍ ଅଧିବେଶନ, ୨୦୨୪ ପାଇଁ ସଂସଦର ଉଭୟ ଗୃହ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଜୁଲାଇ ୨୩, ୨୦୨୪ରେ ଲୋକସଭାରେ ଉପସ୍ଥାପିତ ହେବ।

ଆଗାମୀ ବଜେଟ୍ ନିର୍ମଳାଙ୍କ ଲଗାତାର ୭ମ ବଜେଟ୍ ହେବ । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଅର୍ଥମନ୍ତ୍ରୀ ହେବେ । ସେ ମୋଦୀ ସରକାରଙ୍କ ‘ବିକଶିତ ଭାରତ’ ଉପରେ ଗୁରୁତ୍ୱ ଦେଇ ଆର୍ଥିକ ବର୍ଷ ୨୫ ପାଇଁ ବଜେଟ୍ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି। ନିକଟରେ ସୀତାରମଣ କହିଥିଲେ ଯେ କେନ୍ଦ୍ର ସରକାର ଦେଶର ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଉତ୍ସର୍ଗୀକୃତ ଏବଂ ଏଥିପାଇଁ ପ୍ରୟାସ ଜାରି ରଖିବେ।

Leave a Reply

Your email address will not be published. Required fields are marked *