ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ବିଏମ୍ପି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି
1 min read
ଭୁବନେଶ୍ୱର: ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ବିଏମ୍ପି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ୬ ମାସ ବଦଳରେ ୩ ମାସରେ ଖିଲାପକାରୀ ତାଲିକା ପ୍ରକାଶ କରିବାକୁ ବିଏମ୍ପି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।
୬ ମାସରେ ଥରେ ଲିଷ୍ଟ ଆସୁଥିବାରୁ ବଡ଼ ଟିକସଦାତା ପୈଠ କରିପାରୁ ନ ଥିଲେ। ଯେଉଁଥିପାଇଁ ଆର୍ଥିକ ବର୍ଷ ଶେଷ ବେଳକୁ ଅତ୍ୟଧିକ ବକେୟା ରହୁଥିଲା। ଏଥିସହ ୩ ମାସ ବ୍ୟବଧାନରେ ପୈଠ କଲେ ଟିକସଦାତାଙ୍କୁ ଚାପ କମିବ। ୨୦୨୪-୨୫ରେ ହୋଲ୍ଡିଂ ଟିକସରୁ ସର୍ବାଧିକ ୧୦୧ କୋଟି ମିଳିଛି। ହୋଲ୍ଡିଂ, ପାର୍କିଂ, ଟ୍ରେଡ ଲାଇସେନ୍ସ, ବିଜ୍ଞାପନରୁ ୨୩୦ କୋଟି ଆଦାୟ ହୋଇଥିବା ବିଏମ୍ପି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।