ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା
1 min read
ପୁରୀ: ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା । ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି । ବଡ଼ ମହାସ୍ନାନ ନୀତି ପାଇଁ ବନ୍ଦ ରହିଥିଲା ଦର୍ଶନ । ଅବକାଶ ନୀତି ପରେ ଚାଲିଥିଲା ଭିତର କାଠ ଦର୍ଶନ । ଶ୍ରୀମନ୍ଦିର ପରମ୍ପରା ବିଧି ଅନୁସାରେ ଯଦି ଗର୍ଭ ଗୃହ ବା ଭିତର କାଠ ନିକଟରେ ଯଦି ରକ୍ତ ଛିଟା ପଡେ ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ ହେବ ।
ଆଜି ଦୈନିକ ନୀତି ସମୟରେ ମହାପ୍ରଭୁଙ୍କ ସେବାୟତ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ଦେଖିବାକୁ ପାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ବଡ ମାହାସ୍ନାନ । ନିୟମ ଅନୁସାରେ କିଛି ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିଥିଲା । ବଡ ମହାସ୍ନାନ ପରେ ପୁଣି ସ୍ୱାଭାବିକ ହୋଇଛି ଦର୍ଶନ । ତେବେ ଏହି ରକ୍ତ ଛିଟା ଶ୍ରଦ୍ଧାଳୁ ନା ସେବାୟତଙ୍କ କ୍ଷତ ଯୋଗୁଁ ପଡିଛି ସେ ବିଷୟରେ ଶ୍ରୀମନ୍ଦିର ପ୍ରଶାସନ କିଛି ସୂଚନା ଦେଇନାହାନ୍ତି ।