January 23, 2025

ଦିଲ୍ଲୀରେ ବିଜେପିର ପ୍ରମୁଖ ପ୍ରତିଶ୍ରୁତି

1 min read

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନୀ ଇସ୍ତାହାର ଜାରି କରି ଭୋଟରଙ୍କୁ ଆକର୍ଷିତ କରିବାରେ ଲାଗି ପଡ଼ିଛି।

ଦିଲ୍ଲୀ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ମଧ୍ୟ ପୋଷ୍ଟର ଉନ୍ମୋଚନ କରିଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିକୁ ଦଳ ମୁଖ୍ୟ ସ୍ଲୋଗାନ କରିଛି। ଏହା ପୂର୍ବରୁ ଦଳ ସହରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଦର୍ଶାଉଥିବା ଆଉ ଏକ ପୋଷ୍ଟର ଜାରି କରିଥିଲା।ବିଜେପି ଏହାର ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିଛି। ମହିଳାଙ୍କ ପାଇଁ ଆର୍ଥିକ ସହାୟତା: ମହିଳାଙ୍କ ପାଇଁ ମାସିକ ୨୫୦୦ ଟଙ୍କାର ସହାୟତା। ସୁଲଭ ଏଲପିଜି: ୫୦୦ ଟଙ୍କାରେ ସିଲିଣ୍ଡର, ହୋଲି ଓ ଦୀପାବଳିରେ ମାଗଣାରେ ସିଲିଣ୍ଡର। ଗର୍ଭବତୀ ମହିଳାଙ୍କ ପାଇଁ ସହାୟତା: ୨୧,୦୦୦ ଟଙ୍କା ଏବଂ ୬ଟି ପୋଷଣ କିଟ୍। ମାଗଣା ସ୍ୱାସ୍ଥ୍ୟସେବା: ଆୟୁଷ୍ମାନ ଭାରତ ଯୋଜନାରେ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା। ବସ୍ତିବାସିନ୍ଦାଙ୍କ ପାଇଁ ଖାଦ୍ୟ: ୫ ଟଙ୍କାରେ ପୁଷ୍ଟିକର ଖାଦ୍ୟ। ବରିଷ୍ଠ ନାଗରିକ ସୁବିଧା: ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଓପିଡି ସେବା। ଜୋର ଧରିଲା ରାଜନୈତିକ ଲଢ଼େଇ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆମ୍ ଆଦମୀ ପାର୍ଟିକୁ ହଟାଇବାକୁ ବିଜେପି ଲକ୍ଷ୍ୟ ରଖିଛି। ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଫେବ୍ରୁଆରି ୮ ତାରିଖରେ ଭୋଟ୍ ଗଣତି ହେବ।

ସେପଟେ ଦିଲ୍ଲୀରେ ପୁଣି ଥରେ ନିଜର ପ୍ରାସଙ୍ଗିକତା ଫେରାଇ ଆଣିବା ପାଇଁ ଲଢ଼େଇ ଜାରି ରଖିଛି ଭାରତୀୟ ଜାତୀୟ କଂଗ୍ରେସ। ଗତ ଦୁଇଟି ବିଧାନସଭା ନିର୍ବାଚନରେ ଦଳ କୌଣସି ଗୋଟିଏ ହଲେ ଆସନ ଜିତିବାରେ ବିଫଳ ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଆପ୍ ସହ ମେଣ୍ଟ କରିଥିଲା କିନ୍ତୁ ଏବେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।