ଧାନ କ୍ୱିଂଟାଲ ପିଛା ୮ଶହ ଟଙ୍କା ଅନ୍ତରୀଣ ଆର୍ଥିକ ସହାୟତା ପ୍ରଦାନ,ପ୍ରତାରଣା କରିଥିଲା ବିଜେଡି, ପ୍ରତିଶ୍ରୁତି ପୂରଣ କରିଲା ବିଜେପି: ମହେଶ୍ୱର ସାହୁ
1 min readଭୁବନେଶ୍ୱର: ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାରରେ ଗତ ଡିସେମ୍ବର ୮ତାରିଖ ଦିନ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ବିଶାଳ ଚାଷୀ ସମାବେଶରେ ଚାଷୀମାନଙ୍କୁ ଧାନ କ୍ୱିଂଟାଲ ପ୍ରତି ୮ଶହ ଟଙ୍କା ଅନ୍ତରିଣ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ୨୦୧୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ଶହ ଟଙ୍କା ଧାନ କ୍ୱିଂଟାଲ ପ୍ରତି ଦେବାକୁ ଘୋଷଣା କରିଥିଲେ କିନ୍ତୁ ଦେଲେ ନାହିଁ । ଓଡିଶାର ଚାଷୀ ମାନଙ୍କୁ ପ୍ରତାରଣା କରିବା ସହିତ ବିଶ୍ୱାସ ଘାତକତା କରିଥିଲେ । ଗତ ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଲେ ଧାନ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କା ପ୍ରଦାନ କରିବା ଘୋଷଣା କରିଥିଲା । କେନ୍ଦ୍ର ସରକାରଙ୍କ ଏମ୍ଏସ୍ପି ୨୩ଶହ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ଅନ୍ତରିଣ ଆର୍ଥିକ ସହାୟତା ୮ଶହ ଟଙ୍କା ଗତ ଡିସେମ୍ବର ୮ ତାରିଖ ଦିନ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ବିଶାଳ ଚାଷୀ ସମାବେଶରେ ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଦାନ କରିଛନ୍ତି । ଓଡିଶାର ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚାଷୀମାନଙ୍କୁ କଥା ଦେଇ ରଖିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ନେତା ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ହଳ ଲଙ୍ଗଳ, ଧାନ ବେଣୀ, ପୁଷ୍ପଗୁଚ୍ଛ ଓ ସମ୍ବଲପୁରୀ ପାଟ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ସାହୁ କହିଛନ୍ତି ଯେ, ଓଡିଶାରେ ମୋହନ ଚରଣ ମାଝି ସରକାର ଧାନ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କା ପ୍ରତିଶ୍ରୁତି ରକ୍ଷା କରିବା ସହିତ ୫୮ ସବ୍ଡିଭିଜନରେ ଶୀତଳଭଣ୍ଡାର କରିବା, ଅଣଜଳସେଚିତ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରିବା ପାଇଁ ନିଷ୍ପତି, ୬ଲକ୍ଷ ଚାଷୀ ମାନଙ୍କୁ ପିଏମ୍ କିସାନରେ ସାମିଲ କରିବା, ସିଏମ୍ କିସାନ ଯୋଜନାରେ ୪୬ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଚାଷୀ ପରିବାର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ୩୧୪ ବ୍ଲକରେ ପନିପରିବା ମଣ୍ଡି ଖୋଲିବା ପାଇଁ ନିଷ୍ପତି ଏକ ଐତିହାସିକ । ଏତେ ସ୍ୱଳ୍ପ ସମୟ ମଧ୍ୟରେ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କ ସମୃଦ୍ଧ କରିବା ପାଇଁ ପଦକ୍ଷେପ ଯୁଗାନ୍ତକାରୀ ଓ ବିରଳ । ସେଥିପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରୁ ଆସିଥିବା ଚାଷୀ ନେତା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ସମର୍ଦ୍ଧିତ କରିବା ସହିତ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ମାଝି’ କାର୍ଯ୍ୟକ୍ରମ କରିଥିଲେ । ଚାଷର ପ୍ରତିକ ହଳ ଲଙ୍ଗଳ, ଧାନ ବେଣୀ, ସମ୍ବଲପୁରୀ ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶାର ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ସମୃଦ୍ଧ କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡିଶାର ବରିଷ୍ଠ ଚାଷୀ ନେତା ଯଦୁମଣି ପାଣିଗ୍ରାହୀ, ଶୁଭ୍ରାଂଶୁ ମୋହନ ପାଢୀ, ପ୍ରେମାନନ୍ଦ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଅଶୋକ କୁମାର ପୃଷ୍ଟି, ରାଜ କିଶୋର ମେଣ୍ଢାଲି, ମଧୁସୂଦନ ଶର୍ମା, ସନ୍ତୋଷ କୁମାର ବିଶ୍ୱାଳ, କୌଶିକ ଚାନ୍ଦ, ଉପେନ୍ଦ୍ର ରାଉଲ, ଶଙ୍କର୍ଷଣ ଜେନା, ସୁବୋଧ ପଣ୍ଡା, ନବ ଦନ୍ତା, ଅବନେଶ୍ୱର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ଗୋବିନ୍ଦ ପ୍ରଧାନ, ସୁରଥ କୁମାର ସେଠୀ, ଶ୍ରୀଧର ପ୍ରଧାନ, ଜୟ ଲକ୍ଷ୍ମୀ ମହାନ୍ତି, ତପନ କୁମାର ବେହେରା, ସୁନିଲ କୁମାର ମହାନ୍ତି, ମହନ୍ତ ଚିନ୍ମୟା ନନ୍ଦ ଦାସ, ସହଦେବ ପୃଷ୍ଟି, ବିଜୟ କୁମାର ମାଝୀ, ପାଣ୍ଡବ ଧଳ, ମଙ୍ଗରାଜ ନାୟକ, ସୁବଳ ବେହେରା, ସୁଧାକର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ନେତା ଉପସ୍ଥିତ ଥିଲେ ।