September 7, 2024

ବିଷାକ୍ତ ଛତୁ ଖାଇ ୯ ଜଣ ଗୁରୁତର

1 min read

ବୀରମିତ୍ରପୁର: ବିଷାକ୍ତ ଛତୁ ଖାଇ ୯ ଜଣ ଗୁରୁତର ହୋଇ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୀରମିତ୍ରପୁର ପୌରପାଳିକା ୱାର୍ଡ଼ ନମ୍ବର ୧୧ ଲାହାକୋଠି ଵସ୍ତିରେ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଲାହାକୋଠି ଵସ୍ତିର କିଶୋର ଲାଖୱାଙ୍କ ଝିଅ ରାଧିକା ଲାଖୱା ଓ କାଜଲ ଲାଖୱା ବସ୍ତି ନିକଟରେ ଥିବା ବିଲରୁ ଛତୁ ଗୋଟେଇ ଘରକୁ ନେଇଥିଲେ। ରାତିରେ ସେଇ ଛତୁ ରାନ୍ଧି ସମସ୍ତେ ଖାଇଥିଲେ। ଛତୁ ତରକାରୀ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ବସ୍ତିର ନଅ ଜଣଙ୍କୁ ରାତି ପ୍ରାୟ ସାଢେ ଦଶଟା ସମୟରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। ସେଠାରେ କିଶୋର ଲାଖୱା(୩୫), ରାଧିକା ଲାଖୱା(୬), କାଜଲ ଲାଖୱା(୧୧) , ପଙ୍କଜ ସମାସୀ (୧୨), ସୁହାନି ସମାସୀ(୮) , ଜ୍ୟୋତି ବାର୍ଲା(୩୫) , ସଞ୍ଜିତା ତୀର୍କୀ(୫୦), ବେରୋନିକା ଏକ୍କା(୭୨) , ସୁନୀତା ସମାସୀ(୩୫)ଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ଡାକ୍ତରଖାନା ସୁତ୍ରରୁ ପ୍ରକାଶ। ଘଟଣା ସମ୍ପର୍କରେ ସୂଚନା ପାଇଁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାକ ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ ଆଜି ସକାଳେ କୁଆଁରମୁଣ୍ଡା ଠାରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟଟିମ ବୀରମିତ୍ରପୁର ଲାହାକୋଠି ବସ୍ତିକୁ ପଠାଇ ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡିଛି। ଏହି ଘଟଣା ବୀରମିତ୍ରପୁର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *