November 22, 2024

ବାର୍ଡ଼ ଫ୍ଲୁ ଆତଙ୍କ

1 min read

ପିପିଲି : ପିପିଲି ପାଲଟିଛି ବାର୍ଡ ଫ୍ଲୁ ହଟସ୍ପଟ । ଏଥିପାଇଁ ବାର୍ଡ଼ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପିପିଲି ଓ ସତ୍ୟବାଦୀରେ ୨ଟି ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ବିଭିନ୍ନ ଫାର୍ମରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ପିପିଲିରେ ୫୪ଟି ଫାର୍ମରେ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାୱାରୀ ସର୍ଭେଲାନ୍ସ ଜାରି କରାଯାଇଛି ।

ଏହା ସହ ସବୁ ଜିଲ୍ଲାକୁ ଆଡଭାଇଜରି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ବାର୍ଡ଼ ଫ୍ଲୁ କୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଦେଲେ ଫାର୍ମ ମାଲିକଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ । କିନ୍ତୁ ସଂକ୍ରମିତ କୁକୁଡ଼ାଙ୍କୁ ବିକ୍ରି ନକରିବା ପାଇଁ ଫାର୍ମ ମାଲିକ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗ କହିଛି, କୁକୁଡା ମାଂସ ରାନ୍ଧି ଖାଇଲେ ଅସୁବିଧା ନାହିଁ, କିନ୍ତୁ ମଲା କୁକୁଡ଼ା ନ ଖାଇବାକୁ ପରାମର୍ଶ ଦେଇଛି । ଏଥିସହ ବାର୍ଡ ଫ୍ଲୁ କଣ୍ଟାକ୍ଟରେ ନ ଆସିବାକୁ କହିଛି ବିଭାଗ । ପିପିଲିର ଯେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରିମତ କୁକୁଡ଼ା ମିଳିଛନ୍ତି ସେସବୁ ଫାର୍ମକୁ ଯାଇ ରାପିଡ ରେସପନ୍ସ ଟିମ କୁକୁଡା ମାରୁଛନ୍ତି । ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ

କରାଯିବାକୁ ନିଷ୍ପତ୍ତି ହୋଇଚି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ପାଇଁ କୁହାଯାଇଛି। ସବୁ ଦିନ public health unit ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି । ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ବାର୍ଡ ଫ୍ଲୁ ରେ ସଂକ୍ରମଣ ହେଲେ ଜ୍ଵର,ଥଣ୍ଡା,କାଶ ହେବ । ସେଥିପାଇଁ ଜିଲ୍ଲାୱାରୀ ଫିଭର ସର୍ଭେଲାନ୍ସ କରାଯାଉଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।ବାର୍ଡ ଫ୍ଲୁ ଏକ ସାମୟିକ ଓ ଭୂତାଣୁ ଜନିତ ରୋଗ । ଏହା H5N1 ଭୂତାଣୁ ଯୋଗୁଁ ହେଉଛି । ଏହା କୁକୁଡ଼ାରୁ କୁକୁଡ଼ାକୁ ଶୀଘ୍ର ବ୍ୟାପିଥାଏ । କୁକୁଡ଼ାରୁ ମଣିଷଙ୍କୁ ବିଳମ୍ବରେ ବ୍ୟାପିଥାଏ । ତେଣୁ ବାର୍ଡ ଫ୍ଲୁ କୁ ନେଇ ଲୋକମାନେ ଚିନ୍ତିତ ହେବା ଅନୁଚିତ୍ । ତେବେ ଯେଉଁମାନେ କୁକୁଡ଼ା ଫାର୍ମରେ କାମ କରୁଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ । ଆମେ ଯେଉଁଭଳି ସିଝାଇ କୁକୁଡ଼ା ଖାଉଛନ୍ତି, ସେମାନଙ୍କୁ ବାର୍ଡ ଫ୍ଲୁ ଦ୍ଵାରା କୌଣସି ଅସୁବିଧା ହେବ ନାହିଁ । ତେବେ ମଲା କୁକୁଡ଼ା ନ ଖାଇବା ଭଲ ।

Leave a Reply

Your email address will not be published. Required fields are marked *