November 22, 2024

ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା

1 min read

ଶ୍ରୀନଗର : ଜମ୍ମୁ-କଶ୍ମୀରର ବାରାମୁଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଶୁକ୍ରବାର ବିଳମ୍ବିତ ରାତିରେ ୨ଟି ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀରର ମିଳିତ ଅପରେସନରେ ୨ଜଣ ଆତଙ୍କବାଦୀ ନିହତ ହେବାସହିତ ୨ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଛତ୍ରୋ ବେଲ୍ଟର ନଇଦଗାମ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନ ସହ ଗୁଳିବିନିମୟ ଜାରି ରହିଛି । ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି ।

ସେହିପରି ଶୁକ୍ରବାର କିସ୍ତଓ୍ବାରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ସମୟରେ ସେନାର ଦୁଇ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କିସ୍ତଓ୍ବାରରୁ ୪୫ କିଲୋମିଟର ଦୂର ଛାତ୍ରୁ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସେନାର ଦୁଇ ଯବାନ ଶହୀଦ ହୋଇଛନ୍ତି । ଆର୍ମୀ ଅଫିସର ଜେସିଓ ନାଏବ ସୁବେଦାର ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ ସହିଦ ହୋଇଛନ୍ତି । ଗୁରୁତର ହୋଇଥିବା ଦୁଇ ଯବାନଙ୍କୁ ଆର୍ମୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ ।

ଦୁଇ ମାସରୁ ଅଧିକ ସମୟ ଧରି ସେନା, ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପୁଞ୍ଚ, ରାଜୌରୀ, ଡୋଡା, କାଥୁଆ, ରେସି ଏବଂ ଉଦ୍ଧମପୁରର ପାହାଡ଼ ଜିଲ୍ଲାରେ ଚାଲିଆସୁଛି।

Leave a Reply

Your email address will not be published. Required fields are marked *