September 8, 2024

ଯୋଗ ଦିବସ ପାଳନ ଅବସରରେ ବଡ଼ ସୂଚନା: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

1 min read

ଭୁବନେଶ୍ୱର: ଆଜି ପାଳନ ରାଜ୍ୟରେ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଯୋଗ ଦିବସ ପାଳନ ଅବସରରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଆରୋଗ୍ୟମ ସେଣ୍ଟର ଖୋଲିବ। ପ୍ରତି ଆରୋଗ୍ୟମ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ସବୁଦିନ କରିବା ଉଚିତ।ଆଜି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରତିବର୍ଷ ୨୧ ଜୁନ୍‌ରେ ପାଳନ ହୁଏ ‘ଅନ୍ତର୍ଜାତୀୟ ଯୋଗ ଦିବସ’। ଆଜି ବିଶ୍ବ ମନାଉଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହିବର୍ଷ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜର ଓ ସମାଜ ପାଇଁ ଯୋଗ । ଯୋଗ ମଣିଷକୁ ଦୀର୍ଘାୟୁ କରେ, ଶରୀର ଓ ମନ ଭିତରେ ସମନ୍ୱୟ ରଖେ, ମନର ଏକାଗ୍ରତା ବଢ଼ାଏ ।

ଯୋଗ ସକାଳ ଓ ସଞ୍ଜ ସମୟରେ କରିବା ଦ୍ୱାରା ଦେହର ସ୍ନାୟୁ ସକ୍ରିୟ ହୋଇ କାର୍ଯ୍ୟକ୍ଷମ କରାଏ । ନିୟମିତ ଯୋଗ ପ୍ରାଣାୟାମ ଧ୍ୟାନ କରିବା ଦ୍ୱାରା ଶରୀରର ମାଂସପେଶୀଗୁଡିକ ସଙ୍କୋଚନ ପ୍ରସାରଣ ହୋଇ ଅନେକ ରୋଗ ବ୍ୟାଧିରୁ ମୁକ୍ତି ପାଏ । ଶରୀର ଥକାପଣରୁ ମୁକ୍ତି ପାଏ । ଯୋଗଭ୍ୟାସ ଦ୍ୱାରା ଅନେକ ରୋଗବ୍ୟାଧି ଯଥା ଅଣ୍ଟା ବ୍ୟଥା, ଆଣ୍ଠୁ ଗଣ୍ଠି ଦରଜ, ମଧୁମେହ ରୋଗରୁ ଉପଶମ ମିଳେ । ଉତ୍ତମ ଯୋଗଗୁରୁ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ପ୍ରାକୃତିକ ବାୟୁ ଚଳାଚଳ ସ୍ଥାନରେ, ଖୋଲାସ୍ଥାନରେ ଢିଲା ଏବଂ ସୂତା ପୋଷାକ ପିନ୍ଧି ଯୋଗ କରିବା ବିଧେୟ । ଫଳରେ ଶରୀରକୁ ଅମ୍ଳଜାନ ମିଳିଥାଏ । ମନ ଓ ଶରୀର ସୁସ୍ଥ ଲାଗେ । ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇ ଶରୀରକୁ ଫୂର୍ତ୍ତି ଲାଗେ ଏବଂ କାର୍ଯ୍ୟ କରିବାର କ୍ଷମତା ବଢ଼ାଏ |

ଭାରତର ଯୋଗ ପୂରା ବିଶ୍ବକୁ ରଖୁଛି ନିରୋଗ । ଯୋଗ ୫୦୦୦ ବର୍ଷ ପୁରୁଣା ଭାରତୀୟ ପଦ୍ଧତି । ଭଗବାନ ଶିବ ପ୍ରଥମ ଯୋଗଗୁରୁ ବୋଲି ରହିଛି ମାନ୍ୟତା ରହିଛି । ସେଥିପାଇଁ ଭଗବାନ ଶଙ୍କରଙ୍କୁ ଆଦିଯୋଗୀ ମଧ୍ୟ କୁହାଯାଏ । ମାନବ ସମାଜକୁ ସୁସ୍ଥ ଓ ନିରୋଗ ରଖିବାକୁ ପ୍ରାଚୀନ କାଳରୁ ଭାରତୀୟ ମୁନି, ଋଷିଙ୍କ ଦ୍ବାରା ପ୍ରଚଳିତ ରହି ଆସିଛି ଯୋଗ ପରମ୍ପରା ।

Leave a Reply

Your email address will not be published. Required fields are marked *