March 12, 2025

ପଞ୍ଚାୟତିରାଜ ବିଭାଗରେ ବଡ଼ ଦୁର୍ନୀତି

1 min read

ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିକୁ ଧିରଲେ ନୂଆ ସରକାର । ବିଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରିକରଣ ସ୍କିମ୍ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ବଡ଼ ଆର୍ଥିକ ଅନିୟମିତତା ଓ ଅର୍ଥ ତୋଷାର ପାତ ଧରିଲେ ନୂଆ ସରକାର । ବିଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରିକରଣ ସ୍କିମ୍ ଜରିଆରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ । ସର୍ବମୋଟ ୯୨୯୯ କେସରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ।

୨୦୨୦-୨୧ ବର୍ଷରେ ୧୦୦୭ଟି କେସରେ ୯ କୋଟି ୧୩ ଲକ୍ଷ ୨୮ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୧-୨୨ ବର୍ଷ ରେ ୨୮୧୪ ଟି କେସରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୨-୨୩ ବର୍ଷ ରେ ମାତ୍ର ୩୮ ଟି କେସରେ ୯ କୋଟି ୧୭ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ।୨୦୨୩-୨୪ ବର୍ଷ ରେ ୩୪୦୨ ଟି କେସ ରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୪-୨୫ ବର୍ଷ ରେ ୨୦୩୮ ଟି କେସ ରେ ୧ କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।