March 14, 2025

ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ବଡ଼ ଘୋଷଣା

1 min read

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ୍‌ ମାର୍ଚ୍ଚ ୫ରେ ସ୍କୁଲ ଓ କଲେଜ ଖୋଲା ନା ବନ୍ଦ ରହିବ ଏନେଇ ଆସିଛି ବଡ଼ ଅପଡେଟ୍‌। ଗଣଶିକ୍ଷା ବିଭାଗ ପରେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି।

ଆସନ୍ତାକାଲି ସବୁ ସ୍କୁଲ ଓ କଲେଜ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଗଣଶିକ୍ଷା ବିଭାଗ ପରେ ଉଚ୍ଚଶିକ୍ଷା ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛି। ଉଚ୍ଚ ଶିକ୍ଷା ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି ନୋଟିସରେ କୁହାଯାଇଛି। ସବୁ ସ୍କୁଲ ଖୋଲା ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଖୋଲା ରହିବ। ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିଲା।ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ସୋମବାର ନିଷ୍ପତ୍ତି ହୋଇଥିଲା।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଥିଲା କି, ମାର୍ଚ୍ଚ ୫ ତାରିଖରେ ପାଳନ ନ ହୋଇ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ପ୍ରତି ବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୁଏ। ଜାତୀୟ ଓ ରାଜ୍ୟସ୍ତରରେ ଥିବା ଅସହଂତିକୁ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଆଡ଼ମ୍ବର ସହ ପାଳିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।