ଭୁବନେଶ୍ୱର ଓ କଟକରେ ଘଡଘଡି, ପବନ ସହ ହୋଇଛି କାଳବୈଶାଖୀ ବର୍ଷା
1 min read
ଭୁବନେଶ୍ୱର : ତାତିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟରେ ଅନେକ ସ୍ଥାନ ସହ ଭୁବନେଶ୍ୱର ଓ କଟକରେ ଘଡଘଡି, ପବନ ସହ ହୋଇଛି କାଳବୈଶାଖୀ ବର୍ଷା। ୧୨ ଜିଲା ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଜିଲାକୁ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଦେଶରେ ଏଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ମୌସୁମୀ ଋତୁରେ ଅଧିକ ବର୍ଷା ସମ୍ଭାବନା ରହିଛି । ସ୍ୱଭାବିକ ବର୍ଷା ୮୭ ସେମି ତୁଳନାରେ ୧୦୫% ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।
ଟ୍ୱିନ୍ ସିଟିରେ ଛେଚିଲା, ୧୨ ଜିଲାକୁ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା