October 18, 2024

୫ କୋଟି ଟଙ୍କା ହେର୍‌ଫେର ଅଭିଯୋଗରେ ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ

1 min read

ବଲାଙ୍ଗୀର: ପ୍ରାୟ ୫ କୋଟି ଟଙ୍କା ହେର୍‌ଫେର ଅଭିଯୋଗରେ ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ପିଇଓ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ଗତ ତିନି ବର୍ଷ ହେବ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ବିଭିନ୍ନ ଯୋଜନାର ପ୍ରାୟ ୫ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଆଗଲପୁର ବିଡିଓ ମହାପାତ୍ର କୁଲଦୀପ ମହାନ୍ତି ଥାନାରେ ଅଭିଯୋଗ କରିଥିଲେ। ଗତ କିଛି ମାସ ହେବ ପିଇଓ ରାଜକିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ବିଭିନ୍ନ ଯୋଜନାର ଟଙ୍କା ହେର୍‌ଫେର କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ବିଭିନ୍ନ ଯୋଜନାର କାଗଜପତ୍ର ଦେଖାଇ ପାରିନଥିବାରୁ ପିଇଓଙ୍କ ବିରୋଧରେ ଥାନାରେ ବିଡିଓ ଅଭିଯୋଗ କରିଛନ୍ତି।

୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେର୍‌ଫେର ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଡିଓ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପିଇଓ ରାଜକିଶୋରଙ୍କୁ ଗିରଫ କରି ଆଗଲପୁର ପୋଲିସ କୋର୍ଟ ଚାଲାଣ କରିଛି ବୋଲି ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।