September 8, 2024

ଋଷଭ ପନ୍ତଙ୍କୁ ବ୍ୟାନ୍ କଲା BCCI

1 min read

ନୂଆଦିଲ୍ଲୀ: ଆଇପିଏଲର ସୁପର ସନ୍-ଡେ’ରେ ଆଜି ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ଏବଂ ରାଜସ୍ଥାନ । ଏହାପରେ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଏହି ମ୍ୟାଚ ପୂର୍ବରୁ ଦିଲ୍ଲୀକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ବ୍ୟାନ୍ ଆଦେଶ ଜାରି କରିଛି ବିସିସିଆଇ । ତେଣୁ ଋଷଭଙ୍କ ସ୍ଥାନରେ ନୂଆ ଅଧିନାୟକ ଚୟନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ନେତୃତ୍ୱ ପ୍ରଦାନ କରିଛି ଦଳ । ତେବେ ବିସିସିଆଇର ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଅଧିନାୟକ ଋଷଭଙ୍କୁ ବ୍ୟାନ୍ ଲଗାଇଛି ବିସିସିଆଇ ।

କହିରଖିବୁ କି, ରବିବାର ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲୀ କ୍ୟାପିଟାଲ୍ସ, ଆରସିବି ବିପକ୍ଷରେ ମୁକାବିଲା ପୂର୍ବରୁ ଋଷଭ ପନ୍ତଙ୍କ ଜାଗାରେ ଅକ୍ଷର ପଟେଲଙ୍କୁ କପ୍ତାନୀ ଦାୟିତ୍ୱ ହସ୍ତାନ୍ତର କରିଛି । ଆରସିବି ଓ ଦିଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲାରେ ଦୁଇଟି ଟିମକୁ ହିଁ ପ୍ଲେଅଫକୁ ଯିବା ଆଶା ବଂଚାଇ ରଖିବା ପାଇଁ ବିଜୟ ହାସଲ କରିବାକୁ ହେବ । କିନ୍ତୁ ମୁକାବିଲା ପୂର୍ବରୁ ଦିଲୀ କ୍ୟାପିଟାଲ୍ସକୁ ଏମିତି ଝଟକା ଲାଗିଛି । କାରଣ ନିୟମିତ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ବିସିସିଆଇ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଇଛି ।

ଦିଲ୍ଲୀ ଟିମ ସିଜନର ୩ଟି ମ୍ୟାଚରେ ସ୍ଲୋ ଓଭର କରିଥିବା ଜଣାପଡିଛି । ଯେଉଁ କାରଣ ପାଇଁ କପ୍ତାନଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି । ପନ୍ତ ବ୍ୟାନ ହେବା ପରେ ଦିଲୀ ନେଇଛି ବଡ ନିଷ୍ପତ୍ତି । ଆଉ ଟିମର ଦାୟିତ୍ୱ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ହସ୍ତାନ୍ତର କରିଛି । ଏବେ ଦେଖିବାର କଥା ଏହା କି, ଅକ୍ଷର ପଟେଲଙ୍କ କପ୍ତାନୀରେ ଟିମ ବିଜୟ ହାସଲ କରିପାରୁଛି କି ନାହିଁ ।

Leave a Reply

Your email address will not be published. Required fields are marked *