September 19, 2024

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ଆକ୍ରମଣ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ୩ ଦିନ ତଳେ ଘଟିଥିବା ବେଳେ ଏବେ ଗଣମାଧ୍ୟମର ଶିରୋନାମା ପାଲଟଛି। ସେନା ପକ୍ଷରୁ ଘଟଣା ସଂପର୍କରେ ଟ୍ୱିଟ୍‌ କରାଯିବା ପରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ। ମାମଲାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୂର୍ବତନ ସେନା କର୍ମଚାରୀ ସଂଘ ।

ଘଟନାନୁଯାୟୀ,ଗତ ଶନିବାର ରାତିରେ ଭରତପୁର ଥାନା ରେ ଘଟିଥିଲା ଘଟଣା । ରାତିରେ ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ କାରରେ ଯାଉଥିବା ସମୟରେ ରାସ୍ତାରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାରେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ତେବେ ସେଠାରେ ପୁଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା। ଏଭଳିକି ସେନା ଅଧିକାରୀଙ୍କୁ ପ୍ୟାଣ୍ଟ,ଶାର୍ଟ,ଜୋତା ଖୋଲି ରାତି ତମାମ ହାଜତରେ ପୂରାଇ ଦେଇଥିଲେ। ଅନ୍ୟପଟେ ତାଙ୍କ ବାନ୍ଧବୀଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର କରିଥିଲେ ପୋଲିସ କର୍ମଚାରୀ । ଏପରିକି ହସ୍ପିଟାଲରୁ ଭୁଲ ରିପୋର୍ଟ ଆଣି ମେଜରଙ୍କ ବାନ୍ଧବୀଙ୍କୁ
ରବିବାର ଦିନ କୋର୍ଟ ଚାଲାଣ କରିଥିଲେ । ଅନ୍ୟପଟେ ଏହି ଘଟଣାରେ ଭରତପୁର ପୋଲିସ ଓଲଟା ଅଭିଯୋଗ ଆଣିଛି । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ପୋଲିସକୁ ଖରାପ ବ୍ୟବହାର କରିଥିଲେ ବୋଲି ଭୁବନେଶ୍ୱର ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି। ଏହି ସମସ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପୋଲିସ ଡିଜି ।

Leave a Reply

Your email address will not be published. Required fields are marked *