ଏଏସଓଙ୍କ ବଦଳି ହୋଇଗଲା, ହେଲେ ରାଜ୍ୟପାଳଙ୍କ ପୁଅ ବିରୋଧରେ ହୋଇ ପାରିଲାନି ପୋଲିସ ଆକ୍ସନ୍
1 min readଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ମାଡ଼ ମାରିବା ନେଇ ଅଭିଯୋଗ କରିଥିବା ସରକାରୀ ଅଧିକାରୀଙ୍କ ବଦଳି ହୋଇଛି। ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ବୈକୁଣ୍ଠ ନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରିଛନ୍ତି ରାଜ୍ୟ ସରକାର। ପୁରୀ ରାଜଭବନରେ ଲଳିତ କୁମାର ତାଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠ।ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ରହିଥିବା ବୈକୁଣ୍ଠ ନାଥ ପ୍ରଧାନଙ୍କୁ ପୁରୀ ରାଜଭବନରେ ନିୟୋଜିତ କରାଯାଇଥିଲା। ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀରେ ରହଣି ବ୍ୟବସ୍ଥାର ତଦାରଖ ପାଇଁ ତାଙ୍କୁ ଦାୟିତ୍ଵ ମିଳିଥିଲା।
ଜୁଲାଇ ୭ ତାରିଖ ରାତିରେ ବୈକୁଣ୍ଠ ନାଥ ପ୍ରଧାନ ରାଜଭବନରେ ଥିବା କାର୍ଯ୍ୟାଳୟରେ ଥିଲେ। ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ ସମୟରେ ୪ ନମ୍ବର ସୁଟକୁ ଡାକିଥିଲେ। ସେଠାକୁ ଯିବା ମାତ୍ରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ବୈକୁଣ୍ଠ।ଏହି ଘଟଣା ପରେ ବୈକୁଣ୍ଠ ନାଥ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ରଙ୍କୁ ମୌଖିକ ଭାବେ ଜଣାଇଥିଲେ। ଏହାପରେ ସେ ପୁଣି ତାଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଶେଷରେ ସେ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ଲଳିତ କୁମାର ଓ ତାଙ୍କ ସାଙ୍ଗମାନଙ୍କୁ ଆଣିବା ପାଇଁ ବିଳାସପୂର୍ଣ୍ଣ କାର୍ ବ୍ୟବସ୍ଥା କରାନଯିବାରୁ ସେମାନେ ବୈକୁଣ୍ଠଙ୍କୁ ମାଡ଼ ମାରିଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହା ମଧ୍ୟରେ ଅଭିଯୋଗ କରିଥିବା ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କ ବଦଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି