February 5, 2025

୫୦ ଫୁଟ ଉପରକୁ ଉଡ଼ିଲା ସେନା ଗାଡ଼ି

1 min read

ରାୟପୁର: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ା ଦେଇଛନ୍ତି। ବିସ୍ଫୋରଣରେ ୯ଜଣ ଶହୀଦ ହୋଇଥିବା ଜଣାପଡିଛି। ୮ ଦନ୍ତେୱାଡା ଡିଆର୍‌ଡି ଯବାନଙ୍କ ସହିତ ଜଣେ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୫୦ ଫୁଟ ଉପରକୁ ଯବାନଙ୍କ ଗାଡ଼ି ଉଡି ଯାଇଥିଲା।

ଏପରିକି ଗାଡି ଯନ୍ତ୍ରାଂଶ ଏକ ଗଛଡାଳରେ ଲାଗି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଘଟଣାସ୍ଥଳକୁ ପୋଲିସ ପକ୍ଷରୁ କର୍ଡନ କରାଯାଇଛି। ଏପରିକି ଘଟଣାସ୍ଥଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।