September 7, 2024

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ARI

1 min read

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ARI | ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଧୀନ ବେଲଗାଁ ସହାୟକ ରାଜସ୍ବ ନୀରିକ୍ଷକ ରେସମା ମାଝୀଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ । ଜମିପଟ୍ଟା ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରେସମା ମାଝୀ ଧରାପଡ଼ିଛନ୍ତି | ସେ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦଙ୍କ ମାଧ୍ୟମରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ |

ସୂଚନା ଅନୁସାରେ ମଙ୍ଗଳବାର ଅଭିଯୋଗକାରୀ ବାସୁଦେବ ରଣାଙ୍କ ଠାରୁ ଜମିପଟ୍ଟା ମଂଜୁର କରାଇଦେବାକୁ ୧୦ ହଜାର ଟଙ୍କା ଦାବି କରିଥିଲେ | ଏହାକୁ ନେଇ ବାସୁଦେବ ବଲାଙ୍ଗୀର ତହସିଲର ଦ୍ୱାରସ୍ଥ ହୋଇଥିଲେ | ଯୋଜନାନୁଯାୟୀ ଆଜି ଶ୍ରୀମତୀ ମାଝୀ ବାବୁଲାଲ ମାଧ୍ୟମରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ମିଳିତ ଚଢ଼ାଉ କରି ଘଟଣାସ୍ଥଳରୁ ଟଙ୍କା ସହ ଉଭୟଙ୍କୁ ଧରିଥିଲା । ଏହି ଘଟଣାପରେ ଶ୍ରୀମତୀ ମାଝୀଙ୍କର କାର୍ଯ୍ୟାଳୟ ସହିତ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ |

Leave a Reply

Your email address will not be published. Required fields are marked *