September 8, 2024

ପୁଣି ବାପା ହେବାକୁ ଯାଉଛନ୍ତି ଅରବାଜ୍‌

1 min read

ବମ୍ବେ: ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି ମାସ ପୂର୍ବରୁ ସେ ମେକଅପ୍‌ ଆର୍ଟିଷ୍ଟ ଶୁରା ଖାନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବିବାହର କିଛି ମାସ ପୂର୍ବରୁ ଏବେ ଶୁରା ଗର୍ଭବତୀ ଥିବା କୁହାଯାଉଛି। ଉଭୟଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ହେଉଛି।

ନିକଟରେ ଅରବାଜ ଏବଂ ସୁରାଙ୍କୁ ଏକ ପ୍ରସୂତି ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅରବାଜଙ୍କୁ ସେଠାରେ ଉପସ୍ଥିତ କ୍ୟାମେରାମ୍ୟାନ୍‌ମାନେ କ’ଣ ଖୁସିଖବର କି ବୋଲି ପଚାରିଥିଲେ। ହେଲେ ଦୁହେଁ କିଛି ବି ଉତ୍ତର ନ ଦେଇ ନିରବ ରହିଥିଲେ। ଏଣୁ ଅରବାଜ ୫୬ ବର୍ଷ ବୟସରେ ବାପା ହେବାକୁ ଯାଉଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *