ନୂଆ ଘରୋଇ ଏଫ୍ ଏମ୍ ରେଡିଓ ଚ୍ୟାନେଲ, ଇ-ନିଲାମ ପାଇଁ ଆବେଦନ ଆରମ୍ଭ
1 min readଭାରତର ୨୩୪ଟି ସହରରେ ୭୩୦ଟି ନୂଆ ଘରୋଇ ଏଫ୍ ଏମ୍ ରେଡିଓ ଚ୍ୟାନେଲ ଆରମ୍ଭ କରିବା ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରି ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ଚ୍ୟାନେଲର ଇ-ନିଲାମ ପାଇଁ ସମ୍ଭାବ୍ୟ ନିଲାମକାରୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛନ୍ତି।
ଏହି ସହରଗୁଡ଼ିକରେ ଏଫ୍ଏମ୍ ଚ୍ୟାନେଲଗୁଡ଼ିକର ବାର୍ଷିକ ଲାଇସେନ୍ସ ଶୁଳ୍କ ଜିଏସଟି ବ୍ୟତୀତ ମୋଟ ରାଜସ୍ୱର ୪% ଆଦାୟ କରାଯିବ। ଏହି ସହରଗୁଡ଼ିକରେ ଚ୍ୟାନେଲ ନିଲାମ ପାଇଁ ସଂରକ୍ଷିତ ମୂଲ୍ୟ ୨୦୨୨ର ଟ୍ରାଇ ସୁପାରିଶ କରାଯାଇଥିବା ମୂଲ୍ୟ ଅନୁଯାୟୀ ଅଟେ। ଆବେଦନ କରିବାର ଶେଷ ତାରିଖ ୧୮ ନଭେମ୍ବର ୨୦୨୪ ରହିଛି।
ଚ୍ୟାନେଲ, ଉତ୍ତର ପ୍ରଦେଶରେ ୩୨ଟି ସହରରେ ୧୦୦ଟି ଚ୍ୟାନେଲ, ପଶ୍ଚିମବଙ୍ଗରେ ୧୩ଟି ସହରରେ ୪୨ଟି ଚ୍ୟାନେଲ, ଛତିଶଗଡ଼ରେ ୩ଟି ସହରରେ ୯ଟି ଚ୍ୟାନେଲ, ଝାଡ଼ଖଣ୍ଡରେ ୬ଟି ସହରରେ ୧୯ଟି ଚ୍ୟାନେଲ, କେରଳରେ ୨ଟି ସହରରେ ୬ଟି ଚ୍ୟାନେଲ, ମିଜୋରାମରେ ଗୋଟିଏ ସହରରେ ୩ଟି ଚ୍ୟାନେଲ, ମେଘାଳୟର ଗୋଟିଏ ସହରରେ ୩ଟି ଚ୍ୟାନେଲ, ମଣିପୁରରେ ଗୋଟିଏ ସହରରେ ୪ଟି ଚ୍ୟାନେଲ, ନାଗାଲାଣ୍ଡରେ ୩ଟି ସହରରେ ୯ଟି ଚ୍ୟାନେଲ, ତ୍ରିପୁରାରେ ୧ଟି ସହରରେ ୩ଟି ଚ୍ୟାନେଲ, ଉତ୍ତରାଖଣ୍ଡରେ ୨ଟି ସହରରେ ୬ଟି ଚ୍ୟାନେଲ, ଆଣ୍ଡାମାନ ଓ ନିକୋବରରେ ଗୋଟିଏ ସହରରେ ୩ଟି ଚ୍ୟାନେଲ, ଦାମନରେ ୧ଟି ସହରରେ ୩ଟି ଚ୍ୟାନେଲ, ଜାମ୍ମୁ କାଶ୍ମୀରରେ ୧ଟି ସହରରେ ୩ଟି ଚ୍ୟାନେଲ ଓ ଲାକ୍ଷାଦ୍ଵୀପରେ ୧ଟି ସହରରେ ୩ଟି ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ।
ଏହି ନୂଆ ୭୩୦ ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ମଧ୍ୟରେ ଓଡିଶାର ୬ଟି ସହରରେ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ। ବାଲେଶ୍ବର ଜିଲ୍ଲାରେ ୩ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବାକୁ ଥିବା ବେଳେ ବାରିପଦାରେ ୩ଟି, ବ୍ରହ୍ମପୁରରେ ୪ଟି, ଭଦ୍ରକରେ ୩ଟି, ପୁରୀରେ ୩ଟି ଏବଂ ସମ୍ବଲପୁରରେ ୩ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବ।