March 12, 2025

ସରକାରଙ୍କ ପୁଣି ଏକ ଘୋଷଣା

1 min read

ମୁମ୍ବାଇ: ଝିଅଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି ହିଁ ଏକ ଯୋଜନାରେ ରାଜ୍ୟ ସରକାର ଝିଅଙ୍କୁ ପୁରା ୫୦ ହଜାର ଟଙ୍କା ଦେଉଛନ୍ତି । ଏଭଳି ଏକ ଯୋଜନା ଅଛି, ଯେଉଁଥିରେ ସାମିଲ ହେଲେ ଝିଅଙ୍କ ପାଇଁ ଅଭିଭାବକଙ୍କୁ ସିଧା ସଳଖ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି ।

ଏହି ଯୋଜନାରେ ଝିଅଟିଏ ଜନ୍ମ ହେବା କ୍ଷଣି ଅଭିଭାବକଙ୍କ ଆକାଉଣ୍ଟର ୫୦ ହଜାର ଟଙ୍କା ଜମା କରାଯିବ । ଏଥିସହ ଦ୍ବିତୀୟ ସନ୍ତାନ ଜନ୍ମ ନେଲେ ଓ ଏହାପରେ ଅଭିଭାବକ ପରିବାର ନିୟୋଜନ ପାଇଁ ଅସ୍ତ୍ରୋପଚାର କରାଇବେ। ଏଥିପାଇଁ ପ୍ରତ୍ୟେକ ଝିଅଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବେ ସରକାର ।

ଏହି ଯୋଜନାରେ ସାମିଲ ହେବାକୁ କେତେକ ର୍ନିଦ୍ଦିଷ୍ଟ ମାନଦଣ୍ଡ ରହିଛି । ଝିଅଙ୍କ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ଆବଶ୍ୟକ ହେଉଥିବା ଦସ୍ତାବିଜ, ମାନଦଣ୍ଡ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।
ଯେଉଁ ପରିବାରରେ କେବଳ ଦୁଇଜଣ ଝିଅ ରହିଥିବେ କେବଳ ସେମାନଙ୍କୁ ଏହାର ଲାଭ ମିଳି ପାରିବ । ପ୍ରଥମ ଝିଅ ଜନ୍ମ ନେବାର ଏକ ବର୍ଷ ମଧ୍ୟରେ ଯଦି ମାତା ପିତା ପରିବାର ନିୟୋଜନ ଅସ୍ତ୍ରୋପଚାର କରାନ୍ତି ତେବେ ଅଭିଭାବକଙ୍କୁ ୫୦ ହଜାର ଟଙ୍କା ମିଳିବ । ତେବେ ଦୁଇ କନ୍ୟା ସନ୍ତାନ ଜନ୍ମ ନେବାର ୬ ମାସ ମଧ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାନ୍ତି ତେବେ ପ୍ରତ୍ୟେକ ଝିଅଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ଯୋଜନାରେ କନ୍ୟା ସନ୍ତାନ ଓ ତାଙ୍କ ମାଆଙ୍କ ନାମରେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲାଯିବ । ଏହି ଖାତାରେ ୫୦ ହଜାର ଟଙ୍କା ଜମା କରାଯିବ । ଏହାପରେ ପ୍ରତିବର୍ଷ ସରକାରୀ ନିୟମ ଅନୁଯାୟୀ ଝିଅର ଶିକ୍ଷା ପାଇଁ କିଛି ଧନରାଶି ଜମା କରାଯିବ ।

ଏହି ଯୋଜନାର ମୁତାବକ ପୂର୍ବରୁ ବାର୍ଷିକ ୧ ଲକ୍ଷ ଟଙ୍କା ଯୋଗାଇ ଦେଉଥିଲେ । ହେଲେ ଏହାକୁ ବୃଦ୍ଧି କରାଯାଇ ୭ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି । ତେବେ ଏହାକୁ ଏକ କାଳୀନ ଦିଆଯିବ ନାହିଁ ବରଂ, ଏହାକୁ କିସ୍ତି ଆକାରରେ ପ୍ରଦାନ କରାଯିବ । ଏହି ଯୋଜନାର ଲାଭ କେବଳ ମହାରାଷ୍ଟ୍ର ଅଧିବାସୀଙ୍କୁ ମିଳିବ । ଏହି ଯୋଜନାର ନାମ କନ୍ୟା ଭାଗ୍ୟଶ୍ରୀ ଯୋଜନା । ସମାଜରେ ଝିଅଙ୍କ ପ୍ରତି ମାନସିକତା ପରିବର୍ତ୍ତନ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି