April 9, 2025

ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା

1 min read

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ ମଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରିଛି। ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଚାଇନା ମଧ୍ୟ ୧୦ ତାରିଖରୁ ୩୪ ପ୍ରତିଶତ ଟାରିଫ୍‌ ଲଗାଇବ ବୋଲି ଶୁକ୍ରବାର କହିଛି। ଆମେରିକାରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଅତିରିକ୍ତ ଭାବେ ୩୪% ଟାରିଫ ଲାଗୁ ହେବ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ବେଜିଂର ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ଗାଡୋଲିନିୟମ ଭଳି ୭ଟି ରେଆର୍‌ ଆର୍ଥ ଉପାଦାନ ଉପରେ ବାଣିଜ୍ୟ କଟକଣା ଲଗାଇଛି। ଏହା ବ୍ୟତୀତ ଟ୍ରମ୍ପ୍‌ଙ୍କ ରେସିପ୍ରୋକାଲ ଟାରିଫ୍‌କୁ ବିରୋଧ କରି ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ମାମଲା ଦାଏର କରିଛି। ଟ୍ରମ୍ପ୍‌ ବୁଧବାର ଭାରତ ସମେତ ବାଣିଜ୍ୟ ସହଯୋଗୀ ରାଷ୍ଟ୍ରଗୂଡ଼ିକ ଉପରେ ୧୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲାଗୁ କରି ବୈଶ୍ୱିକ ସ୍ତରରେ ବାଣିଜ୍ୟ ଯୁଦ୍ଧକୁ ଇନ୍ଧନ ଯୋଗାଇଛନ୍ତି।