October 18, 2024

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା

1 min read

ପୁରୀ: ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ୨ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୫୩ ବର୍ଷ ପରେ ଏଥର ରଥଯାତ୍ରାରେ ପଡୁଛି ବିରଳ ସଂଯୋଗ । ଏଥର ରଥଯାତ୍ରା ୨ଦିନିଆ ପଡୁଥିବାରୁ ୭-୮ ତାରିଖ ୨ ଦିନ ଧରି ଟଣାଯିବା ରଥ । ୭ ତାରିଖ ରବିବାର ପଡୁଛି । ତେଣୁ ୮ ତାରିଖ ସୋମବାରକୁ ମଧ୍ୟ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୁରୀରେ ଅନୁଷ୍ଠିତ ହୋଇଥିବା ସମନ୍ୱୟ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏଥର ରଥଯାତ୍ରା ସଫଳ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନେଇ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *