December 3, 2024

ବିମାନ ସେବା ସ୍ୱାଭାବିକ

1 min read

ଭୁବନେଶ୍ୱର : ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା । ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଭୁବନେଶ୍ୱରରେ ମଧ୍ୟ ବାତ୍ୟା ଭୟ ଟଳିଛି ତେବେ ପ୍ରଭାବିତ ଅଂଚଳକୁ ଛାଡିଦେଲେ ଅନ୍ୟ ସବୁ ଆଡେ ସ୍ଥିତି ଏକରକମ ଠିକ ରହିଛି କହିଲେ ଚଳେ । ବାତ୍ୟା ପରର ସ୍ଥିତି ସ୍ଵାଭାଵିକ ଥିବାରୁ ଆଜି ସକାଳ ୮ଟାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡିବ ବିମାନ ।

ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ଥିବାରୁ ବିମାନ ଚଳାଚଳ କରାଯିବ ବୋଲି ବିମାନ ବନ୍ଦର କର୍ତ୍ତପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ବାତ୍ୟା ‘ଦାନା’ର ପ୍ରଭାବକୁ ଦୃଷ୍ଟିରେ ରଖି ୨୪ ତାରିଖ ଅପରାହ୍ନ ୫ ଟାରୁ ୨୫ ତାରିଖ ପୂର୍ବାହ୍ନ ୯ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନବନ୍ଦରରୁ ସମସ୍ତ ବିମାନସେବା ବନ୍ଦ କରାଯାଇଥିଲା । ଗୁରୁବରା ରାତିରେ ଭିତରକନିକାର ହାବାଳିଖଟିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିଲା । ଲ୍ୟାଣ୍ଡଫଲ ପରେ କିଛି ସ୍ଥାନକୁ ଛାଡି ବାକି ସମସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ରହିଛି । ଖାସ୍‌ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ଦେଖିବାକୁ ମିଳିଛି । ତେବେ ବାତ୍ୟା ପରେ ସ୍ଥିତି ସ୍ବାଭାବିକ ଥିବାରୁ ବିମାନ ଚଳାଚଳା ପାଇଁ ନିଷ୍ପତ୍ତି ନିଆଯାଇଛି ।