September 8, 2024

ଶୀଘ୍ର ବାର୍ଦ୍ଧକ୍ୟ ଆଣୁଛି ବାୟୁ ପ୍ରଦୂଷଣ

1 min read

ବର୍ତ୍ତମାନ ବାୟୁ ପ୍ରଦୂଷଣ ବିଭିନ୍ନ ସମସ୍ୟାର କାରଣ ସାଜୁଛି, ଯେଉଁସବୁକୁ ନେଇ ଅନେକ ଗବେଷଣା ଜାରି ରହିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ କାରଣରୁ ଆମ ବୟସ ୧୦ ବର୍ଷ ହ୍ରାସ ହେଉଛି । ଅର୍ଥାତ ଆମେ ୧୦ ବର୍ଷ ଆଗୁଆ ବୁଢା ହେଉଛୁ । ଏହି ଷ୍ଟଡି ଅନୁସାରେ କରୋନା ସମୟରେ ଯେଉଁ ରୋଗୀ ପ୍ରଦୂଷିତ ବାୟୁରେ ନିଶ୍ୱାସ ନେଉଥିଲେ, ସେମାନେ ସାଧାରଣ ଲୋକଙ୍କ ଠାରୁ ୪ଦିନ ଅଧିକ ଡାକ୍ତରଖାନାରେ କଟାଇଥିଲେ । ପ୍ରଦୂଷିତ ବାୟୁ ସିଧାସଳଖ ଆମର ଫୁସ୍‌ଫୁସ୍‌ ଓ ଶ୍ୱାସ ନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆସ୍ଥମା ଭଳି ରୋଗର ଚାନ୍ସ ବଢିଥାଏ । କାନାଡାର ମେକମାଷ୍ଟର ୟୁନିଭର୍ସିଟିର ଗବେଷକଙ୍କ ମତରେ ବାୟୁପ୍ରଦୂଷଣ ସହିତ ଡିପ୍ରେସନର ପ୍ରଭାବ ମଧ୍ୟ ଆମ ଆୟୁଷ ଉପରେ ରହିଛି । ବେଲଜିୟମରେ ହୋଇଥିବା ରିସର୍ଚ୍ଚ ଅନୁସାରେ ବାୟୁ ପ୍ରଦୂଷଣ କାରଣରୁ ପାଖାପାଖି ୩୬ ପ୍ରତିଶତ ଲୋକ ପ୍ରତିବର୍ଷ ରୋଗରେ ପଡୁଛନ୍ତି । ସେହିଭଳି କରୋନା ସମୟରେ ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ରୋଗୀଙ୍କ ସଂଖ୍ୟା ବଢିଥିଲା ବୋଲି ଏହି ରିପୋର୍ଟରେ ଦର୍ଶା ଯାଇଛି । ପ୍ରଦୂଷିତ ବାୟୁରେ ଅନେକ ଛୋଟଛୋଟ ପାର୍ଟିକିଲ ରହିଥାଏ, ଯାହାକୁ ପିଏମ୍‌୨.୫ ପାର୍ଟିକିଲ କୁହାଯାଇଥାଏ । ନିଶ୍ୱାସ ନେବା ସମୟରେ ଏହା ସିଧା ଆମ ଫୁସଫୁସକୁ ଯାଇଥାଏ, ଯାହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଏହାର ପ୍ରଭାବ ଆରମ୍ଭରୁ ଶ୍ୱାସ ନଳୀ ଉପରେ ଦେଖିବାକୁ ମିଳିଥାଏ । ପ୍ରଦୂଷିତ ବାୟୁରେ ଥିବା ସଲଫର ଡାଇଅକ୍ସାଇଡ୍‌ ଆଖି ଓ ଚର୍ମରେ ଜଳା ପୋଡାର କାରଣ ହୋଇଥାଏ । ଏହିଭଳି ଅନେକ ସମସ୍ୟାର କାରଣ ସାଜିଛି । ତେଣୁ ବାୟୁ ପ୍ରଦୂଷଣକୁ କମାଇବା ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜଭାବେ ଉଭା ହୋଇଛି, କାରଣ ଏହାର ଆବଶ୍ୟକତା ଜରୁରୀ ହୋଇ ପଡିଛି ।

Leave a Reply

Your email address will not be published. Required fields are marked *