March 14, 2025

ତାରାତାରିଣୀଙ୍କ ଯାତ୍ରା ଲାଗି ପ୍ରଶାସନର ପ୍ରସ୍ତୁତି ବୈଠକ

1 min read

ଗଞ୍ଜାମ: ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଚଦେବୀ ମା ତାରାତାରିଣୀଙ୍କ ହେବାକୁ ଥିବା ଚୈତ୍ର ଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିନେଇ ଏକ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ତତ୍ତ୍ୱବଧାନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ଦୁଇ ଜଣ ମନ୍ତ୍ରୀ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନ୍ଦ ମଲ୍ଲିକ କବିସୂଯ୍ୟଯନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ , ଛତ୍ରପୁୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ,ଗଞ୍ଜାମ ଏସପି ଶୁୁଭେନ୍ଦୁୁ ପାତ୍ର, ପୁୁରୁୁଷୋତ୍ତମପୁୁର ବିଡିଓ ଶରତକୁୁମାର ପାତ୍ର ,ଏନଏସି ର୍ନିବାହି ଅଧିକାରୀ ତଥା ତହସିଲଦାର ଗୋବିନ୍ଦ ଡନସେନା ଯୋଗ ଦେଇ ପ୍ରଶାସନିକ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହା ସହ ଚଳିତ ଥର ମା’ଙ୍କ ପୀଠରେ ଚାରିଗୋଟି ମଙ୍ଗବାରରେ ଯାତ୍ରା ଅନୁଷ୍ଠିତ ହେବ। ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କା ରହିଥିବା ସହ ଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏଥିଲାଗି କିଭଳି ସମସ୍ତ ଭକ୍ତ ସୁବିଧା ଓ ଶାନ୍ତି ଶୃଙ୍ଖଳାର ସହ ମାଙ୍କ ଦର୍ଶନକରିବେ ସେଥିନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସକାଶେ ଆଲୋଚନା ହୋଇଥିଲା। ବିଶେଷକରି ଅପରାଧ ନିୟନ୍ତ୍ରଣ ଲାଗି ଯାତ୍ରାସମୟରେ ସମ୍ପୂର୍ଣ୍ଣରୂପେ ମଦ ବନ୍ଦକରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଭକ୍ତଙ୍କ ସୁବିଧାଲାଗି ୪୦ ଗୋଟି ସ୍ବତନ୍ତ୍ର ବସକୁୁ ନିୟୋଜିତ କରିବା ସହ ବସର ଭଡାକୁୁ ବୃଦ୍ଧି ନ କରି ୩0 ଟଙ୍କା ଭଡାରଖିବା, ଅଂଶୁୁଘାତକୁୁ ମୁୁକାବିଲା ଲାଗି ସ୍ବତନ୍ତ୍ର ଏସି ରୁୁମର ବ୍ୟବସ୍ଥା କରିବା, ଭକ୍ତଙ୍କ ଲାଗି ପ୍ରସାଦର ସେବନର ବ୍ୟବସ୍ଥା କରିବା, ପାନୀୟଜଳ ଓ ଆଲୋକିକରଣ, ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଆଦି ବିଭିନ୍ନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ସେବାୟତ ମାନେ ଯୋଗ ଦେଇଥିଲେ।