September 8, 2024

କଲେଜ ଯିବା ବାଟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ

1 min read

ମୟୂରଭଞ୍ଜ : କଲେଜ ଯିବା ବାଟରେ ଜଣେ ଛାତ୍ରୀ ଉପରେ ଟ୍ରକ୍ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବହଳଦା ଥାନା ଅନ୍ତର୍ଗତ ଭୁରସା ଗ୍ରାମ ନିକଟରେ। ମୃତ ଛାତ୍ରୀ ହେଉଛନ୍ତି ସୋସୋଚଟାଣି ସାହିର ନୀଳକଣ୍ଠ ବେହେରାଙ୍କ ଝିଅ ନମୀତା ବେହେରା। ନମିତା ବାପାଙ୍କ ସହ ସ୍କୁଟିରେ କଲେଜ ଯାଉଥିଲେ। ଏହି ସମୟରେ ଭୁରସା ଗ୍ରାମ ନକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ନମୀତା ଛିଟିକି ଟ୍ରକ ଚକତଳକୁ ଆସିଯାଇଥିଲେ। ଟ୍ରକ ଚକତଳେ ଚାପି ହୋଇ

ନମୀତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ କ୍ଷତିପୂରଣ ଦାବିରେ ସମ୍ପୃକ୍ତ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଖବର ପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବସରୋଧ ହଟିଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *