September 7, 2024

ପୋଲ ତଳକୁ ଯାତ୍ରୀବାହୀ ବସ ଖସି ୪୦ ରୁ ଉର୍ଧ୍ଵ ଯାତ୍ରୀ ଆହତ

1 min read

ବୌଦ୍ଧ : ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ପୋଲ ତଳକୁ ଖସି ୪୦ ରୁ ଉର୍ଧ୍ଵ ଯାତ୍ରୀ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ବସ୍‌ଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ ବୌଦ୍ଧ ଜିଲ୍ଲା ବାମୁଣ୍ଡା ସୁନାଖାଇ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଗୁରୁତର ମାନଙ୍କୁ ବୌଦ୍ଧ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିବାବେଳେ ଅଧିକ ଗୁରୁତର ଥିବା ଯାତ୍ରୀ ମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ବସଟି ଭୁବନେଶ୍ଵର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ପ୍ରାୟ ୬୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ତେବେ ବସ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ଗାଡ଼ିରୁ ଡ୍ରାଇଭର ଏବଂ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୋଲିସ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହୀନି ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି । କିଛି ଗୁରୁତରଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଛି। ଦୁର୍ଘଟଣା ସ୍ଥଳରୁ ବସକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *