September 20, 2024

ଏକ ନୂଆ ଯୋଡିଙ୍କୁ ଆଗକୁ ବି ଟାଉନ୍‌ରେ ଦେଖିବାକୁ ମିଳିବ

1 min read

ମୁମ୍ବାଇ:ବର୍ତ୍ତମାନ ବି ଟାଉନ୍‌ରେ ନବେ ଓ ଅଶୀଦଶକର ବଡବଡ ଷ୍ଟାରଙ୍କର ନେକ୍ସଷ୍ଟ ଜେନେରେସନ୍‌ର ଭିଡ ଦେଖିବାକୁ ମିଳୁଛି । ଏହି ତାଲିକାରେ ଅନେକ ଷ୍ଟାରକିଡ୍‌ ସାମିଲ ଅଛନ୍ତି । ସେହିଭଳି ଆଉ ଏକ ନୂଆ ଯୋଡିଙ୍କୁ ଆଗକୁ ବି ଟାଉନ୍‌ରେ ଦେଖିବାକୁ ମିଳିବ । ଆଗକୁ ଦର୍ଶକ ଦିବଙ୍ଗତ ଶ୍ରୀଦେବୀ ଓ ଅମିର ଖାନ୍‌ଙ୍କ ସନ୍ତାନଙ୍କୁ ଏକାଠି ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ପାଇବେ । ଖୁବଶୀଘ୍ର ଶ୍ରୀଦେବୀଙ୍କ ଝିଅ ଖୁସି ଓ ଅମିରଙ୍କ ପୁଅ ଜୁନୈଦ୍‌ ବଡ ପରଦାରେ ଦେଖିବାକୁ ମିଳିବେ । ଏହି ନୂଆ ଫିଲ୍ମଟି ଫେବ୍ରୁଆରୀରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଉଭୟଙ୍କୁ ପ୍ରଥମଥର ପାଇଁ ଏକ ରୋମାଣ୍ଟିକ୍‌ ଡ୍ରାମାରେ ସ୍କ୍ରିନ୍‌ ସେୟାର କରୁଥିବାର ଦେଖିବାକୁ ମିଳିବ । ଏହାର ଏକ ପୋଷ୍ଟର ନିକଟରେ ରିଲିଜ୍‌ ହୋଇଛି, ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ଫିଲ୍ମର ନିର୍ଦ୍ଦେଶନା ଆଦଭିତ୍‌ ଚନ୍ଦନ ଦେଇଛନ୍ତି ଯାହା ଫେବ୍ରୁଆରୀ ୭, ୨୦୨୫ରେ ପରଦାକୁ ଆସିବା ନେଇ ଯୋଜନା ରହିଛି । ତେବେ ଫିଲ୍ମର ଟାଇଟେଲ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ, ଯାହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେମାନେ ଖୁବ ଉତ୍ସାହର ସହିତ ଫିଲ୍ମର ନା ଓ ମ୍ୟୁଜିକ ଲଞ୍ଚକୁ ଅପେକ୍ଷା କରିଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *