November 21, 2024

ରାଜଧାନରେ ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ନେଇ ଚର୍ଚ୍ଚା

1 min read

ଭୁବନେଶ୍ବର: ରାଜଧାନରେ ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କେତେକ ସ୍ଥାନରେ ବଡ଼ ଶବ୍ଦ ହୋଇଥିବା ବେଳେ ଆଉ କେହି କେହି ଝଟକା ଅନୁଭବ କରିଥିବା କହୁଛନ୍ତି। ତେବେ ସେସମୋଲୋଜି ବିଭାଗ ପାଖରେ ଏନେଇ କୌଣସି ସୂଚନା ନାହିଁ।ତେଣେଏଥିରେ କୌଣସି କ୍ଷୟକ୍ଷତିର ବି ସୂଚନା ନାହିଁ। ଏପରିକି ଏହି ମୃଦୁ ଭୂମିକମ୍ପର ତୀବ୍ରତା କେତେ ଥିଲା ଓ ଏହାର କେନ୍ଦ୍ରସ୍ଥଳ କେଉଁଠି ଥିଲା ତାରସୂଚନାକୁ ଅପେକ୍ଷା ରହିଛି।

ଆଇଟିବିପିରେ ୫୨୬ଟି ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀରେ ନିଯୁକ୍ତି ସୁଯୋଗ: ନଭେମ୍ବର ୧୫ରୁ ଆବେଦନ ଆରମ୍ଭ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ଟେଲି କମ୍ୟୁନିକେସନ ବିଭାଗରେ ଖାଲିଥିବା ପ୍ରାୟ ୫୨୬ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ନଭେମ୍ବର ୧୫ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଡିସେମ୍ବର ୧୫।