September 8, 2024

କଟକର ତ୍ରିଶା ହସ୍ପିଟାଲରେ ଲାଗିଛି ନିଆଁ

1 min read

କଟକ : କଟକର ତ୍ରିଶା ହସ୍ପିଟାଲରେ ଏହି ନିଆଁ ଲାଗିଛି, ଆଖିବୁଜିଲା ୧୧ ଦିନର ଶିଶୁ। ଏହି ଅଗ୍ନିକାଣ୍ଡ ନର୍ସିଂହୋମ୍‌ର ୩ ମହଲାରେ ଥିବା ଆଇସିୟୁରେ ଘଟିଥିଲା। ଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କିଛି ରୋଗୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁମାନଙ୍କୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏଠାରେ ଚିକିତ୍ସାଧୀନ ୧୧ ଦିନର ଶିଶୁ ରବିବାର ଆଖି ବୁଜିଛି। ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଦୀପ କୁମାର ଜେନା। ମୃତ ଶିଶୁଟି ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଶିଶୁଟିର ଶରୀରରେ ଅଗ୍ନିକାଣ୍ଡ ଜନିତ କିଛି କ୍ଷତ ନ ଥିବା ଜଣାପଡ଼ିଛି।
ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ପୁରୀଘାଟସ୍ଥିତ ଏହି ଘରୋଇ ନର୍ସିଂହୋମରେ ଅନେକ ରୋଗୀ ଚିକିତ୍ସିତ ହେଉଥିଲେ । ୩ ୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିବା ଜଣା ପଡିଛି । ଆମ୍ପୁଲାନ୍ସ ଅଭାବ କାରଣରୁ ଅନେକ ଗୁରୁତର ରୋଗୀ ରାସ୍ତାରେ ଦୟନୀୟ ସ୍ଥିତିର ସାମ୍ନା କରୁଛନ୍ତି । ସିଡି ଲଗାଇ ୩ ୟ ମହଲାରୁ ରୋଗୀଙ୍କୁ ଉଦ୍ଧାର କରାଯାଉଛି । ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *