September 19, 2024

ଗଣେଶ ଭସାଣି ବେଳେ ଜଣେ ମୃତ

1 min read

କଟକ: ଆଠଗଡ ଖୁଣ୍ଟୁଣୀ ଧୁରୁସିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ଗଣେଶ ଗୋପାଳ ସାହି ଏବଂ ହରିଜନ ସାହିର ଭସାଣି ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ ହୋଇଛି। ଆଉ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ଏବେବି ଚାପା ଉତ୍ତେଜନା ଜାରି ରହିଛି। ବ୍ୟକ୍ତି ଜଣକ ଭସାଣି ଦେଖିବାକୁ ଯାଇଥିବାବେଳେ ଛୁରାମାଡରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ତେବେ ଭସାଣି ସମୟରେ ପୁଲିସ୍ ଉପସ୍ଥିତିରେ କିଭଳି ଏଭଳି ଅଘଟଣ ଘଟିଲା , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *