September 19, 2024

ବିହାରର ରାଜଧାନୀ ପାଟନାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ

1 min read

ପାଟନା: ବିହାରର ରାଜଧାନୀ ପାଟନାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ମୃତ ବିଜେପି ନେତାଙ୍କ ନାଁ ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନା ଶର୍ମା (୫୫)। ସୂଚନା ଅନୁସାରେ, ମୁନାଙ୍କୁ ହତ୍ୟା କରିଥିବା ବ୍ୟକ୍ତିମାନେ ଚେନ୍‌ ଲୁଟେରା। ସେମାନେ ଚେନ୍ ଲୁଟ୍ କରିବାକୁ ତାଙ୍କୁ ବନ୍ଧୁକ ଦେଖାଇଥିଲେ। କିନ୍ତୁ ସେ ପ୍ରତିବାଦ କରିବାରୁ ତାଙ୍କୁ ଲୁଟେରାମାନେ ମାରି ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କୁ ମାରିବା ସତ୍ତ୍ୱେ ଲୁଟେରାମାନେ ଚେନ୍ ନେଇ ନଥିଲେ। ତେଣୁ ଏହି ଘଟଣା ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି। ମୃତ ମୁନା ଶର୍ମାଙ୍କ ବେକରେ ସୁନା ଚେନ୍‌ ଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୁଲିସ୍ ବି ଏହାକୁ ସ୍ପଷ୍ଟ କରିଛି। ପୁଲିସ୍‌ ଦେଇଥିବା ସୂଚନା ଅନୁସାରେ, ମୁନାଙ୍କୁ ସୋମବାର ଭୋର ପ୍ରାୟ ସାଢ଼େ ୪ଟା ବେଳେ ହତ୍ୟା କରାଯାଇଥିଲା।

ଗତକାଲି ତାଙ୍କ ପୁଅଙ୍କ ନିର୍ବନ୍ଧ ଥିଲା। ସେଥିପାଇଁ ତାଙ୍କ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିଲେ। ସେହି ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣଙ୍କୁ ଆଜି ଭୋରରେ ସେ ଅଟୋରେ ବସାଇବା ପରେ ରାସ୍ତାକଡ଼ରେ ବସିଥିବା ବେଳେ ତିନି ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଥିଲେ। ବାଇକ୍‌ରୁ ଓହ୍ଳାଇଥିବା ଜଣେ ଦୁର୍ବୃତ୍ତଙ୍କ ସହିତ ତାଙ୍କର ଟଣାଓଟରା ହୋଇଥିଲା। ସେହି ସମୟରେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଗୁଳିମାଡ଼ ପରେ ସେ ସେଠାରେ ପଡ଼ି ଯାଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ପୁଲିସ ଏହାକୁ ଭଲ ଭାବେ ଯାଞ୍ଚ କରୁଛି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରିଥିବା କହିଛି

Leave a Reply

Your email address will not be published. Required fields are marked *