ଟୁଇନ୍ ସିଟିରେ ହେବ ନୂଆ IT ପାର୍କ
1 min read
ଭୁବନେଶ୍ୱର: ଟୁଇନ୍ ସିଟିରେ ହେବ ନୂଆ IT ପାର୍କ। ଏ ନେଇ ପୂର୍ତ୍ତ ମନ୍ତ୍ରୀ ପଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ପାର୍କ ୧୦୦୦ ହେକ୍ଟର ଜମିରେ ତିଆରି ହେବ । IT ଶିଳ୍ପ ପାଇଁ ତିଆରି ହେବ ପ୍ଲଗ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ ଏରିଆ।
ସେହିପରି ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ ଏରିଆ ନିର୍ମାଣ ହେବ। ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି।
ଅନ୍ୟପକ୍ଷେ ରାଜ୍ୟର ୫ ବଡ଼ ସହର ସମେତ ୧୧ ସହରରେ ତିଆରି ହେବ ରିଙ୍ଗ ରୋଡ। ହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର। ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।