ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ
1 min read
ନୂଆଦିଲ୍ଲୀ: ମରିସସରେ ପହଞ୍ଚିଲେ ମୋଦୀ । ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।
ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି । ତେବେ ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ଉତ୍ସାହିତ ଅଛନ୍ତି ଏବଂ ମୋଦୀ ପହଞ୍ଚିବା ପରେ ସ୍ବାଗତ ପାଇଁ ଆସିଥିବା କିଛି ସ୍କୁଲ ପିଲାଙ୍କ ସହ କଥା ମଧ୍ୟ ହୋଇଛନ୍ତି