March 12, 2025

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ୟୁଥ୍ କନକ୍ଲେଭ

1 min read

ଭୁବନେଶ୍ୱର: ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ତେଣୁ ସେମାନଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। ଏ ଦିଗରେ ଆଜି ସମାଜରେ ଯେଉଁସବୁ ଆହ୍ୱାନ ଓ ପ୍ରତିବନ୍ଧକ ରହିଛି ତାକୁ ଆମେ ସମସ୍ତେ ମିଳିମିଶି ଦୂର କରିବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଯୁବ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏନଏଚଆରଡି ନେଟୱର୍କ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା। ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ଇକୋସିଷ୍ଟମ ପାର୍ଟନର୍ ଭାବେ ଯୋଡ଼ି ହୋଇଥିଲା।

ଏହି ମେଗା ‘ୟୁଥ୍ କନକ୍ଲେଭ’ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ୮୦୦ରୁ ଅଧିକ ଛାତ୍ରୀଙ୍କ ସମେତ ଅତିଥି, ଯୁବ ଉଦ୍ୟୋଗୀ ଏବଂ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏତେ ସଂଖ୍ୟାରେ ମହିଳାଙ୍କ ଉପସ୍ଥିତିରେ ଚଳିତବର୍ଷ ମହିଳା ଦିବସର ଥିମ ‘ଆକ୍ସିଲିରେଟ୍ ଆକ୍ସନ’କୁ ନେଇ ଏକ ସଂକଳ୍ପ ଘୋଷଣା କରାଯାଇଥିଲା।