କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
1 min read
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାରୀ ମହାସଙ୍ଗର ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଆଇନଜୀବୀ ବିଜୟ ପଟ୍ଟନାୟକ, ବରିଷ୍ଠ ନାରୀନେତ୍ରୀ ବିଶାଖା ଭଞ୍ଜ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ମହିଳାଙ୍କୁ ମହିଳା ଦିବସର ଉଦ୍ଦେଶ୍ୟ, ଗୁରୁତ୍ୱ ସହ ମହିଳା ହିଂସା ରୋକିବା ଦିଗରେ ପଦକ୍ଷେପ ସହ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ ଅଞ୍ଚଳର ହଜାର ସଂଖ୍ୟାରେ ମହିଳାମାନେ ପହଞ୍ଚି ନିଜ ନାମ ପଞ୍ଜୀକୃତ କରାଇଥିଲେ। ପରେ ସେମାନଙ୍କ ଦ୍ୱାରା ଏହି ଦିବସ ଧୂମଧାମ୍ରେ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ ସଙ୍ଗୀତ, ଏକକ ଅଭିନୟ ପ୍ରଦର୍ଶନ କରିଥିଲେ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ଯୋଜନାରେ କରାଯାଉଥିବା କ୍ଷୁଦ୍ରଦାନ ଶସ୍ୟରେ ପ୍ରସ୍ତୁତି ମାଣ୍ଡିଆ, ଜନ୍ନା, କୁଏରି, କାଙ୍ଗୁ ଆଦିରେ ପ୍ରସ୍ତୁତି ଖାଦ୍ୟ ପ୍ରଦର୍ଶନ କରାଯିବ ସହ ପନିପରିବା, ଜୈବିକ ପଦ୍ଧତିରେ ଅମଳ କରାଯାଇଥିବା ହଳଦୀ, ଷ୍ଟ୍ରବେରୀ ଆଦି ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଇ ମହିଳାମାନେ ତାଙ୍କୁ ମଦ ନାହିଁ ପାଣି ଦରକାର ବୋଲି ଦାବି କରିଥିଲେ। ସମସ୍ତେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ବେଟି ବଞ୍ଚାଅ ବେଟି ପଢ଼ାଅ, ଶିକ୍ଷିତ ନାରୀ ଦେଶର ଶିରି ବୋଲି କହିବା ସହ ଏକାକୀ ନାରୀଙ୍କୁ ଘର ଯୋଗାଇଦେବା ଆଦି ଦାବି କରିଥିଲେ।
ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୩ ଜଣ ମହିଳା ତଥା ସଟାବୁଡ଼ି ପ୍ରଧାନ, ଗଡ଼ପାକାଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ନୀତିମା ପ୍ରଧାନ, ଆଶା ଦିଦି ଅନୁପମା ପ୍ରଧାନ,ମହିଳା ସ୍ବାସ୍ଥ୍ୟ କର୍ମୀ, ଅଞ୍ଜନା ଦିଗାଲ, ଅଙ୍ଗନଓ୍ବାଡ଼ି କର୍ମୀ ଲକ୍ଷ୍ମୀ ବେହେରା, ଡାଇନା ବେହେରା ମାଝୀ, କ୍ଷୁଦ୍ରଦାନା ଚାଷୀ ନିବେଦିତା ଦିଗାଲ, ଜନିମା ପ୍ରଧାନ, ମହିଳା ଉଦ୍ୟୋଗୀ ପ୍ରେମନ୍ତି ପ୍ରଧାନ, ଜଙ୍ଗଲ ସୁରକ୍ଷା ଦିଗରେ ବାସନ୍ତି ପ୍ରଧାନ, ସମିତା ପ୍ରଧାନ, ଇନ୍ଦ୍ରଗଡ଼ ସ୍ବାସ୍ଥ୍ୟକର୍ମୀ ସାରଳା କହଁର ଏବଂ ଛେଳି ଚାଷୀ ରେବନ୍ତି ପ୍ରଧାନ ପ୍ରମୁଖଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ ସବ୍ଇନ୍ସପେକ୍ଟର ଲକ୍ଷ୍ମୀ ମାଝୀ ମଧ୍ୟ ଯୋଗଦାନ କରିଛନ୍ତି।