ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା
1 min read
ନୂଆଦିଲ୍ଲୀ: ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସରକାର ସୁନା ଓ ରୂପା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତ ସରକାର ସମ୍ପ୍ରତି ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ସୁନାର ମୂଲ୍ୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।
ସରକାର ସୁନା ଉପରେ ୧୦ ଗ୍ରାମ ପାଇଁ ଆମଦାନୀ ଶୁଳ୍କ ପ୍ରତି ହ୍ରାସ କରିଛନ୍ତି। ଏହା ବର୍ତ୍ତମାନ ଏହି ଶୁଳ୍କର ମୂଲ୍ୟ 9୬୫.୩୬ କୁ ହ୍ରାସ କରିଛି। ସୁନା ଆମଦାନୀ ଶୁଳ୍କ ମୂଲ୍ୟ ହେଉଛି ଦେଶରେ ଆମଦାନୀ ହେଉଥିବା ସୁନା ଉପରେ ଲାଗୁ ହେଉଥିବା ଶୁଳ୍କ ଗଣନା କରିବା ପାଇଁ ସରକାର ସ୍ଥିର କରିଥିବା ମୂଳ ମୂଲ୍ୟ। ସରକାର ସୁନା ପରି ରୂପା ଉପରେ ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାର ନିଷ୍ପତ୍ତି ଘୋଷଣା କରାଯାଇଛି। ପ୍ରତି କିଲୋଗ୍ରାମ ପାଇଁ ଶୁଳ୍କ ୧୮ ଡଲାର ହ୍ରାସ କରାଯାଇଛି। ଏଥିସହ ଶୁଳ୍କ ହାର ଏବେ ୧୦୨୫ଟଙ୍କାକୁ ହ୍ରାସ ପାଇଛି।
ସାମ୍ପ୍ରତିକ ସମୟରେ ଏହା ଦ୍ୱିତୀୟ ଥର ପାଇଁ ରୂପା ଉପରେ ଶୁଳ୍କ ପରିବର୍ତ୍ତନ ହୋଇଛି। ଫେବୃଆରୀ ମାସରେ ସରକାର ଶୁଳ୍କ ହାରରେ ମଧ୍ୟ ପରିବର୍ତ୍ତନ କରିଥିଲେ। କିନ୍ତୁ ତା’ପରେ ଶୁଳ୍କ ହାର ବୃଦ୍ଧି କରାଯାଇଥିଲା। ଏହା ୪୨ ଡଲାର ଅର୍ଥାତ 3685.90କୁ ବୃଦ୍ଧି ପାଇଥିଲା।
ସରକାର ପ୍ରତି ୧୫ ଦିନରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହାର ସମୀକ୍ଷା କରନ୍ତି। ଏହି ଶୁଳ୍କ ମୂଲ୍ୟକୁ ଆଧାର ଭାବରେ ବ୍ୟବହାର କରାଯାଏ। ଏହି ମୂଲ୍ୟ ଉପରେ ଆଧାର କରି ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ଲାଗୁ କରାଯାଏ। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ରେଟ ୮୦, ୧୦୦ ଟଙ୍କା ରହିଛି । ସେହିଭଳି ୨୪ କ୍ୟାରେଟ ୧୦ ଗ୍ରାମ ସୁନା କିଣିଲେ ଆପଣଙ୍କୁ ୮୭, ୩୮୦ ଟଙ୍କା ରହିଛି।