ରାସନ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୧ ତାରିଖରୁ ଖୋଲିଲା ପୋର୍ଟାଲ
1 min read
ଭୁବନେଶ୍ଵର: ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ରାସନ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୧ ତାରିଖରୁ ଖୋଲିଲା ପୋର୍ଟାଲ। ନୂଆ ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀ ଏବେଠୁ କରିପାରିବେ ଆବେଦନ।
ନୂଆ ରାସନ କାର୍ଡ ପାଇଁ ମାର୍ଚ୍ଚ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ନୂଆ ରାସନ କାର୍ଡରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଏହି ପୋର୍ଟାଲ ଖୋଲାଯାଉଛି। ଯେଉଁ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି ସେମାନେ ଏଥିରେ ଆବେଦନ କରିପାରିବେ।
“ଇ-କେୱାଇସି ଯାଞ୍ଚ ମାଧ୍ୟମରେ ତାଲିକାରୁ ମୋଟ ଚାରି ଲକ୍ଷ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି। ସେହିପରି କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ମଧ୍ୟ ଫେରାଇ ଦେଇଛନ୍ତି। ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ତାଲିକା ଆସି ସାରିଛି। ସେଗୁଡ଼ିକର ଭେରିଫିକେସନ କରାଯାଇ ଅଧିକ ଆୟ ଥିଲେ ରାସନ କାର୍ଡ କଟିବ”, କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।