ଭାରତ-ନ୍ୟୁଜିଲାଣ୍ଡ ଟକ୍କର
1 min read
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଯାଇ ସାରିଥିବାବେଳେ ଏବେ ଗ୍ରୁପରେ ପ୍ରଥମ ସ୍ଥାନ ହାସଲ ପାଇଁ ପ୍ରତିଦ୍ଵନ୍ଦ୍ଵିତା କରିବେ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚକୁ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଖେଳାଳି ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ଶୁଭମନ ଗିଲ୍, ହାର୍ଦିକ ପାଣ୍ଡ୍ୟା, କେ ଏଲ୍ ରାହୁଲ ଓ ମହମ୍ମଦ ଶାମିଙ୍କ ପାକିସ୍ତାନ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।
ଅନ୍ୟପଟେ କେନ ୱିଲିୟମସନ, ଡେଭନ କନୱେ, ଟମ ଲେଥମ ଓ ରଚିନ ରବୀନ୍ଦ୍ରଙ୍କ ବ୍ୟାଟିଂ ଉପରେ ନ୍ୟୁଜିଲାଣ୍ଡ ଟିମ ନିର୍ଭର କରିବ। ସେହିପରି ମିଚଲ୍ ସେଣ୍ଟନର, ମାଇକେଲ ବ୍ରେସୱେଲ୍, ଗ୍ଲେନ ଫିଲିପ୍ସଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ।
ତେବେ ନ୍ୟୁଜିଲାଣ୍ଡର ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ କରିବ।
ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ନ୍ୟୁଜିଲାଣ୍ଡ ଲିଗ ପର୍ଯ୍ୟାୟ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ବିଜୟୀ ହୋଇଛନ୍ତି। ଏବେ ଗ୍ରୁପରେ ପ୍ରଥମ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ। ତେବେ ଆଜିର ମ୍ୟାଚରେ ଭଲ କ୍ରିକେଟ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।