ସୀମାନ୍ତରେ ଗୁଳିବିନିମୟ
1 min read
ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ହୋଇଛି ।
ସୂଚନା ମୁତାବକ କିସ୍ତାରାମ ଥାନା ନିକଟ ମେଟାଗୁଡା ଜଙ୍ଗଲରେ କିଛି ମାଓବାଦୀ ଥିବା ଜାଣ ଡିଆରଜି ଓ ପୋଲିସ ମିଳିତ ହୋଇ ଉକ୍ତ ଅଞ୍ଚଳରେ ଅପରେଶନ ଆରମ୍ଭ କରିଥିଲେ । ତେବେ ଏହି ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨ ମାଓବାଦୀ ମୃତ୍ୟୁହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ।