March 12, 2025

ବଡ଼ ଘୋଷଣା କଲେ ଯୋଗୀ ସରକାର

1 min read

ପ୍ରୟାଗରାଜ: ୪୫ ଦିନ ଚାଲିଥିବା ମହାକୁମ୍ଭ ୨୦୨୫ର ସମାପନ ମହାଶିବରାତ୍ରୀକୁ ହୋଇଛି । ତଥାପି ପ୍ରୟାଗରାଜର ତ୍ରୀବେଣୀ ସଙ୍ଗମରେ ପବିତ୍ର ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦୀତ୍ୟନାଥ ଅଧିକାରୀ, କର୍ମଚାରୀ ଏବଂ ସଂସ୍ଥାମାନଙ୍କୁ ସମ୍ମାନୀତ କରିଛନ୍ତି । ମହାକୁମ୍ଭର ସମାଗମ ପରେ ଯୋଗୀ ଡ଼ଙ୍ଗା ଚାଳକଙ୍କ ସହ ଆଲୋଚନା କରିଛନ୍ତି । ଯୋଗୀ କହିଛନ୍ତି ପଞ୍ଜିକରଣ ପରେ ପ୍ରତ୍ୟେକ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆ ଯିବ। ଡଙ୍ଗା କିଣିବା ପାଇଁ ଧନରାଶି ଦିଆଯିବ । ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।