March 12, 2025

(ଇପିଏଫ)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି

1 min read

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଇପିଏଫ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଜମା ଉପରେ ସୁଧ ହାର ପୂର୍ବପରି ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୨୦୨୪ ମସିହା ଫେବୃଆରୀ ମାସରେ ଇପିଏଫ୍‌ଓ ୨୦୨୩-୨୪ ବର୍ଷ ପାଇଁ ଇପିଏଫ ଉପରେ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ୨୦୨୨-୨୩ରେ ଏହି ସୁଧ ହାର ୮.୧୫ ପ୍ରତିଶତ ଥିଲା। ସେହିଭଳି ମାର୍ଚ୍ଚ ୨୦୨୨ରେ ଇପିଏଫଓ ​​୨୦୨୧-୨୨ ବର୍ଷ ପାଇଁ ଏହାର ୭ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଇପିଏଫ ଉପରେ ସୁଧ ହ୍ରାସ କରି ୮.୧ ପ୍ରତିଶତ କରି ଦେଇଥିଲା, ଯାହା ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର ଥିଲା। ୨୦୨୦-୨୧ରେ ଏହି ସୁଧ ହାର ୮.୫ ପ୍ରତିଶତ ଥିଲା।