ମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ବଡ଼ ଅଘଟଣ
1 min read
ଭୁବନେଶ୍ବର: ଆଜି ମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ଲୁହା ଶିକୁଳିରେ ମନ୍ଦିର ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଅଘଟଣ ପରେ ମନ୍ଦିର ପରିସରରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନଙ୍କ ମନରେ ବିଭିନ୍ନ ପ୍ରକାରର ଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚଢ଼ିଥିଲେ ଏବଂ ସ୍ବାଭାବିକ ଭାବେ ମନ୍ଦିର ଚୂଡ଼ାରେ ମହାଦୀପ ଲାଗିଥିଲା। ମହାଦୀପ ଦର୍ଶନ ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଆଧ୍ୟାତ୍ମିକ ପରିବେଶକୁ ଫେରିଥିଲେ।