୭ ବର୍ଷ ଝିଅର କଥା ଶୁଣିଲେ ସୁପ୍ରିମକୋର୍ଟ
1 min read
ନୂଆଦିଲ୍ଲୀ: କୁନି ଝିଅର ସାକ୍ଷୀରେ ବାପା ପାଇଲା ସଜ୍ଜା । ୭ ବର୍ଷର ଝିଅର କଥାକୁ ଶୁଣିଲେ, ବୁଝିଲେ, ବିଚାର କରି ରାୟ ଶୁଣାଇଲେ ସୁପ୍ରିମକୋର୍ଟ ଆଉ ଛୋଟ ପିଲାର ପଦିଏ କଥାରେ ତା ମଲା ମାଆକୁ ମିଳିଲା ନ୍ୟାୟ । ବାପାକୁ ହେଲା ସଜ୍ଜା, ପାଇଲା ଆଜୀବନ କାରାଦଣ୍ଡ । କୁନିପିଲା ସାକ୍ଷୀରେ ଏଭଳି ଦଣ୍ଡ ଶୁଣାଇବା ପରେ ଏବେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସବୁଠି ଚର୍ଚ୍ଚା ।
ମଧ୍ୟପ୍ରଦେଶର ଏକ ମାମାଲାର ଶୁଣାଣି କରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଣେ ସ୍ବାମୀ ତା ଝିଅ ଆଗରେ ତା ସ୍ତ୍ରୀକୁ ହତ୍ୟା କରିଥିଲା । ସେହି ମାମଲାରେ ସାକ୍ଷୀ ଅଭାବ ହେବାରୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଠାରୁ ଦୋଷମୁକ୍ତ ବି ଅଭିଯୁକ୍ତ ହୋଇଥିଲା ମାତ୍ର ସୁପ୍ରିମକୋର୍ଟରେ ଅଭିଯୁକ୍ତକୁ ଦଣ୍ଡ ମିଳିଛି ଆଉ ତାକୁ ତା ନିଜ ୭ ବର୍ଷର କୁନି ଝିଅର ସାକ୍ଷୀ ଆଧାରରେ ସଜ୍ଜା ଶୁଣାଇଛନ୍ତି ବଡ କୋର୍ଟ ।
ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, ପିଲାଙ୍କ ସାକ୍ଷୀ ଗ୍ରହଣୀୟ। ଯଦି ପିଲା ସାକ୍ଷୀ ଦେବାକୁ ଯୋଗ୍ୟ ତେବେ ତା’ର ସାକ୍ଷୀ ଆଧାରରେ ବିଚାର କରାଯି। ତେଣୁ ପିଲାଙ୍କୁ ପିଲା ଭାବି ଅଣଦେଖା କରିବାର ଭୁଲ । କାରଣ ଏଣିକି ଅଦାଲତରେ ପିଲାଙ୍କ କଥାକୁ ଗୁରୁତ୍ବ ଦିଆଯିବ । ଖୋଦ୍ ସୁପ୍ରିମ କୋର୍ଟ କହିଛନ୍ତି ପିଲାମାନଙ୍କ ମନ ସ୍ବଚ୍ଛ । ତେଣୁ ସେମାନଙ୍କ ସାକ୍ଷୀ ଏଣିକି ଉପଯୁକ୍ତ ଏବଂ ଗ୍ରହଣୀୟ ହେବ । ସୁପ୍ରମିକୋର୍ଟଙ୍କ କହିବା ମୁତାବକ, ଯଦି କୌଣସି ଶିଶୁ ସାକ୍ଷୀ ଦେବାକୁ ଯୋଗ୍ୟ ତେବେ ତା’ର ମନ୍ତବ୍ୟକୁ ଗୁରୁତ୍ବ ଦିଆଯିବ। ସାକ୍ଷୀର କୌଣସି ବୟସ ସୀମା ନାହିଁ। ମାତ୍ର ୭ ବର୍ଷର ଝିଅର ସାକ୍ଷୀକୁ ଆଧାର କରି ଏକ ହତ୍ୟା ମାମଲାର ବିଚାର କରିବା ସହ ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହା ଏବେ ସବୁଠି ଚର୍ଚ୍ଚା ।