ପୁଣି ବଢ଼ିବାକୁ ଯାଉଛି ତାତି
1 min read
ଭୁବନେଶ୍ଵର: ଓଡ଼ିଶାରେ କିଛି ଦିନର ବର୍ଷା ପରେ ଏବେ ପୁଣି ବଢ଼ିବାକୁ ଯାଉଛି ତାତି। ଆସନ୍ତା ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଏହାପରେ ହାରାହାରି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାରେ ଏବେ ନିମ୍ନଚାପ ରେଖା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିଲା। ଏବେ ଏହାର ପ୍ରଭାବ କମି ଯାଇଥିବାରୁ ଖରା ପୁଣି ବଢ଼ିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ିବ। ରାଜ୍ୟରେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବାବେଳେ ଏହାପରେ ତାପମାତ୍ରା ଧୀରେ ଧୀରେ ବଢ଼ିବାର ସମ୍ଭାବନା ରହିଛି।