ଆଜି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
1 min read
ଭୁବନେଶ୍ଵର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜାରି ରହିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ସହ ଘଡ଼ଘଡି ଓ ପବନ ହେଉଥିବା ଦେଖିବାକୁ ମିଳୁଛି। ଆହୁରି ୨ ଦିନ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୋମବାର ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାରେ ଏବେ ନିମ୍ନଚାପ ରେଖା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପଶ୍ଚିମା ଝଡ଼ ସହ ଟ୍ରପ ଲାଇନ ଯୋଗୁଁ ବର୍ଷା ହେଉଛି। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି।
ସୋମବାର ବର୍ଷା ପାଇଁ ୟେଲୋ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ଵର ସାମିଲ ରହିଛି। ଏହିସବୁ ଜିଲ୍ଲାରେ ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି।