March 12, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ଦିନିଆ ଓଡ଼ିଶାଗସ୍ତରେ

1 min read

ଢେଙ୍କାନାଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ଦିନିଆ ଓଡ଼ିଶାଗସ୍ତରେ ଆସି ଆଜି ସକାଳେ ହିନ୍ଦୋଳ ଆମ୍ବିଠିରେ ମା’ ବନଦୁର୍ଗା ଓ ତଳମୂଳରେ ମା କନକଦୁର୍ଗାଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ ପ୍ରମୁଖ ବି ଉପସ୍ଥିତ ଥିଲେ। ଏହାପରେ ସେ ବଅଁରପାଳ କଲେଜରେ ଟାଟା ଫାଉଣ୍ଡେସନର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଦିନ ୧୧ଟାରେ ଅନୁଗୁଳ ମୁନିସିପାଲିଟି ଟାଉନ ହଲ୍ ଠାରେ ପହଞ୍ଚି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି।

ସେ ବଅଁରପାଳ କଲେଜରେ ଟାଟା ଫାଉଣ୍ଡେସନର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଦିନ ୧୧ଟାରେ ଅନୁଗୁଳ ମୁନିସିପାଲିଟି ଟାଉନ ହଲ୍ ଠାରେ ପହଞ୍ଚି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ସଭାଘର ଠାରେ ନିକ୍ଷାମିତ୍ର କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଅପରାହ୍ନ ୩.୦୦ ଘଟିକା ସମୟରେ ଅନୁଗୁଳ ସର୍କିଟ ହାଉସ ଠାରେ ଏମସିଏଲର ଆରପିଡ଼ିଏସି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ସଭାଘର ଠାରେ ନିକ୍ଷାମିତ୍ର କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଅପରାହ୍ନ ୩.୦୦ ଘଟିକା ସମୟରେ ଅନୁଗୁଳ ସର୍କିଟ ହାଉସ ଠାରେ ଏମସିଏଲର ଆରପିଡ଼ିଏସି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।